ଏଣିକି ପାଣିପାଗ ବାବଦରେ ପୂର୍ବାନୁମାନ କରିବ ଏଆଇ। ଏ ନେଇ ଆଜି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ (ଆଇଏମଡ଼ି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ପାଣିପାଗ ପୂର୍ବାନୁମାନକୁ ଅଧିକ ସଠିକ୍ କରିବା ପାଇଁ ଦେଶର ପାଣିପାଗ ବିଜ୍ଞାନୀ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଯାନ୍ତ୍ରିକ ଶିକ୍ଷା (ଏମଏଲ) ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଏବେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ଅଛି।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ଶେଷ ରଜ ଅର୍ଥାତ ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *