ରାୟଗଡ଼ା ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ବେହେରା ଗିରଫ । ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଓ ନିର୍ଯାତନା ଅଭିଯୋଗରେ ଗିରଫ । ମହିଳା ଜଣଙ୍କ ରାୟଗଡ଼ା ଟାଉନ ଥାନାରେ ଏତଲା ପରେ ଗିରଫ କରାଯାଇଛି ।

ଅନ୍ୟପଟେ ମହିଳାଙ୍କ ଅଭିଯୋଗ ନେଇ ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି।

ସୂଚନା ଯୋଗ୍ୟ; ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ। ଏ ନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ବେହେରା ଗିରଫ।

Leave a Reply

Your email address will not be published. Required fields are marked *