ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି। ପ୍ରାରମ୍ଭିକ ଭାବେ ସେ ଏବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସିତ ହେଉଛନ୍ତି । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଡ଼ାକ୍ତରଙ୍କ ମୁତାବକ ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି। Post navigation ଦିଲ୍ଲୀରେ ବନ୍ୟା ପରିସ୍ଥିତି; ସଚିବାଳୟକୁ ଛୁଇଁଲା ଯମୁନା ଜଳ ମୋହନ-ମନମୋହନ ଏଇଠି; ଗ୍ରହଣ ସପ୍ତାହ ପରେ ନିଗମ ନିଯୁକ୍ତି !