କାଲିସୁଦ୍ଧା ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଆସୁଥିବାର ସୂଚନା ଦେଲେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର । ସେ କହିଛନ୍ତି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏସ୍‌ଓପି । ସବୁ କଲେଜ ପ୍ରିନ୍ସପାଲ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହି ଏସଓପି ଦିଆଯିବା ସହ କଡ଼ାକଡି ପାଳନ କରିବାକୁ ଦିଆଯିବ ନିର୍ଦ୍ଦେଶ ।

ଅନ୍ୟପଟେ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଫେରି ଡ୍ୟୁଟି କରିବାକୁ ଚାହୁଁଥିବା ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସବୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ କଥା ହୋଇ ସପ୍ତାହକ ମଧ୍ୟରେ ଆଲୋଚନା କରି ସୁରକ୍ଷା ବନ୍ଦୋବସ୍ତ ସହ ୨ ସପ୍ତାହ ମଧ୍ୟରେ ରାଜ୍ୟମାନେ ସୁରକ୍ଷା ପଦକ୍ଷେପ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।

Leave a Reply

Your email address will not be published. Required fields are marked *