ଆଗକୁ ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ବିକ୍ରି ହୋଇପାରିବ ନାହିଁ । ଥରକେ ଗୋଟିଏ ନୋଜଲରୁ ୫୦ ଲିଟରରୁ ଅଧିକ ପେଟ୍ରୋଲ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି ଉପରେ କଟକଣା ଲଗାଯାଇଛି । ଯୋଗାଣ ବିଭାଗ ସଚିବ ସଂଜୟ ଲାଠ୍ ସୂଚନା ଦେଇ କହିଛନ୍ତି, ଗୋଟିଏ ନୋଜଲରୁ ଏକାଥରକେ ୫୦ ଲିଟର ପେଟ୍ରୋଲ୍ ଓ ୫୦୦ ଲିଟରରୁ ଅଧିକ ଡିଜେଲ୍ ମିଳିବ ନାହିଁ । ଯଦି କେହି ଅଧିକ ତେଲ ନେବାକୁ ଚାହାନ୍ତି, ତେବେ ତାଙ୍କୁ ଉପଯୁକ୍ତ କାରଣ ଦର୍ଶାଇ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ସରକାରଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆଗକୁ ସମ୍ଭାବ୍ୟ ତୈଳ ସଂକଟକୁ ଦୃଷ୍ଟିରେ ରଖି ଏବଂ କଳାବଜାରୀ ତଥା ଅନାବଶ୍ୟକ ଉପଲବ୍ଧ ତୈଳକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବହୁ ସମୟରେ କିଛି ଅସାଧୁ ବ୍ୟବସାୟୀ ବହୁ ପରିମାଣରେ ତେଲ କିଣି ପରେ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ଆସୁଛି । ଏହାଦ୍ୱାରା ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏହି ନିୟମ ଲାଗୁ ହେଲେ ତେଲର ସମାନ ବଣ୍ଟନ ହୋଇପାରିବ ବୋଲି ସରକାର ଆଶା କରୁଛନ୍ତି । Post navigation BJD Mass Resignation: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ Gandhipathe Nyay Yatra: ମିଳିଲାନି ଜଗତସିଂହପୁର ପ୍ରଶାସନର ଅନୁମତି; କଂଗ୍ରେସର ‘ଗାନ୍ଧିପଥେ ନ୍ୟାୟଯାତ୍ରା’ ସ୍ଥଗିତ