RBI Cancels Paytm Payments Bank Licence
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଜି ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ ରଦ୍ଦ କରିଥିବା ନେଇ ବିଧିବଦ୍ଧ ସୂଚନା ଜାରି କରିଛି । ଆଜିଠାରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା RBI ସ୍ପଷ୍ଟ କରିଛି ।
 
RBI ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ, ୧୯୪୯ (BR ଆକ୍ଟ)ର ଧାରା ୨୨(୪) ଅନୁଯାୟୀ ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି ।
 
ଦୀର୍ଘ ଦିନ ଧରି ନିୟମ ଉଲ୍ଲଂଘନ, KYC ତ୍ରୁଟି ଓ ବ୍ୟାଙ୍କିଂ ମାନଦଣ୍ଡ ପାଳନ ନ କରିବା ଅଭିଯୋଗରେ ପୂର୍ବରୁ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲଗାଯାଇଥିଲା । ବାରମ୍ବାର ଚେତାବନୀ ସତ୍ତ୍ୱେ ସୁଧାର ନ ଆସିବାରୁ ଶେଷରେ RBI ଲାଇସେନ୍ସ ରଦ୍ଦ କରିବାକୁ ବାଧ୍ୟ ହୋଇଛି ।
 
ଆଜିଠାରୁ ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ କୌଣସି ନୂଆ ଜମା ଗ୍ରହଣ କରିପାରିବ ନାହିଁ । ପୁରୁଣା ଟଙ୍କା ଉଠାଣ: ଗ୍ରାହକମାନେ ନିଜ ଆକାଉଣ୍ଟରେ ଥିବା ଟଙ୍କା ଉଠାଇ ପାରିବେ ବା ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫର କରିପାରିବେ ।
 

By Nirvay

Leave a Reply

Your email address will not be published. Required fields are marked *