ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ଅନୁଷ୍ଠିତ ହେଉଛି। ୧୫୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ମତଦାନ କରାଯାଉଛି । ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ଦୁଇ ପର୍ଯ୍ୟାୟରେ ଭୋଟ ହେବ ୨୩ ଓ ୨୯ ଏପ୍ରିଲ। ମେ ୪ରେ ଫଳାଫଳ ଘୋଷଣା ହେବ। ନିର୍ବାଚନକୁ ନଜରରେ ରଖି କଡ଼ା କଟକଣା ଲଗାଇଲେ ନିର୍ବାଚନ କମିଶନର। ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ମତଦାନର ଦୁଇ ଦିନ ପୂର୍ବରୁ ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତି ୬ରୁ ସକାଳ ୬ ପର୍ଯ୍ୟନ୍ତ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ନିଷେଧ ଜାରି ହୋଇଛି। ଏହା ସହ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ବାଇକ୍ରେ ପଛରେ ଯାତ୍ରୀ ବସାଇବାକୁ ମନା କରାଯାଇଛି। ତେବେ ମେଡିକାଲ ଆପାତକାଳୀନ ସ୍ଥିତି, ପରିବାରିକ କାର୍ଯ୍ୟ କିମ୍ବା ପିଲାଙ୍କୁ ସ୍କୁଲ୍ ନେବା-ଆଣିବା ଭଳି ଅବସ୍ଥାରେ କିଛି କୋହଳ ରହିଛି। ନିୟମରେ କୋହଳ ଚାହୁଁଥିବା ବ୍ୟକ୍ତିମାନେ ସେମାନଙ୍କର ସ୍ଥାନୀୟ ପୋଲିସ ଷ୍ଟେସନରୁ ପୂର୍ବରୁ ଏକ ଲିଖିତ ଅନୁମତି ନେଇପାରିବେ ବୋଲି କମିଶନ କହିଛନ୍ତି । ନିର୍ବାଚନୀ ପରିବେଶ ଉତ୍ତେଜନାପୂର୍ଣ୍ଣ ଥିବାରୁ ଭୟଭୀତ କରିବା ଓ ଅସନ୍ତୋଷ ସୃଷ୍ଟି ଆଶଙ୍କାକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ ହୋଇଛି। Post navigation Odisha Clears 18 Investment Projects: ୩,୮୭୭.୧୪ କୋଟିର ୧୮ଟି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ South Korean President Lauds Sriya Lenka: ଓଡ଼ିଶାର ଶ୍ରୀୟା ଲେଙ୍କାଙ୍କୁ ପ୍ରଶଂସା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି