ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ସହ ବିଭିନ୍ନ ହୋଟେଲ ଓ ନିରୋଳା ଜାଗାକୁ ଖରାପ ଉଦ୍ଦେଶ୍ୟ ରଖି ଡାକିବା ଘଟଣାରେ ବଦଳିଲେ ଖଣ୍ଡପଡ଼ା ଏସଡିପିଓ। ଏକ ମାମଲା ରଫାଦଫା ପାଇଁ ଫେଭର୍ ମାଗିଥିଲେ ଏସଡିପିଓ । ଫତେଗଡ଼ ଥାନାରେ ମାମଲା ରୁଜୁ ପରେ ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଉଛି । ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ଏସଡିପିଓ ମଦନମୋହନ ପ୍ରଧାନଙ୍କ ବଦଳି କରାଯାଇଛି। ସୂଚନା ଯୋଗ୍ୟ; ଏକ ମାମଲାର ରଫାଦଫା କରିବା ପାଇଁ ଏସଡିପିଓଙ୍କ ପାଖକୁ ଯାଇଥିଲେ ମହିଳା। ଫତେଗଡ଼ ଥାନାରେ ଥିବା ଏକ ମାମଲାର ସମାଧାନ ପାଇଁ ପୀଡ଼ିତା ମହିଳା ଏସଡିପିଓଙ୍କ ନିକଟରେ ଫେରାଦ ଦେଇଥିଲେ । କିନ୍ତୁ ଏସଡିପିଓ ହ୍ବାଟ୍ସଆପରେ ଅଶ୍ଳୀଳ ବାର୍ତ୍ତା ପଠାଇବା ସହ ବିଭିନ୍ନ ହୋଟେଲ ଓ ନିରୋଳା ଜାଗାକୁ ଖରାପ ଉଦ୍ଦେଶ୍ୟ ରଖି ଡାକୁଥିବା ନେଇ ଅଭିଯୋଗ କରିଥିଲେ ମହିଳା । ଏଭଳିକି ମହିଳାଙ୍କ ସ୍ବାମୀଙ୍କୁ ବିଭିନ୍ନ ମିଥ୍ୟା ମାମଲାରେ ଫସାଇବାକୁ ମଧ୍ୟ ଧମକ ଦେଇଛନ୍ତି ଏସଡିପିଓ। ଏହା ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ଶେଷରେ ପୁଣି ଥରେ ଥାନାକୁ ଯାଇଥିଲେ । ସେ ଫତେଗଡ଼ ଥାନାରେ ପ୍ରମାଣ ସହିତ ଏସଡିପିଓଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । Post navigation FSSAI Bans Ashwagandha Leaves: ଖାଦ୍ୟରେ ବ୍ୟବହାର ହେବ ନାହିଁ ଅଶ୍ବଗନ୍ଧା ପତ୍ର; କଟକଣା ଜାରି କଲା ଏଫ୍ଏସ୍ଏସ୍ଏଆଇ Odisha Voter List Revision: ଓଡିଶାରେ ୯.୮ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଥିବା ଘଟଣା; ନିର୍ବାଚନ କମିଶନକୁ ଚିଠି ଲେଖିଲେ ସାଂସଦ ସସ୍ମିତ ପାତ୍ର