ଦିଲ୍ଲୀ ବିମାନ ବନ୍ଦରରେ ଦୁର୍ଘଟଣା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ରନ୍‌ୱେରେ ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇଶ୍ ଜେଟ୍ ବିମାନ। ସ୍ପାଇସଜେଟର ଏକ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ସମୟରେ, ପୂର୍ବରୁ ଛିଡ଼ା ହୋଇଥିବା ଅକାସା ଏୟାର ବିମାନ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଟି ବିମାନର ୱିଙ୍ଗ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କିନ୍ତୁ ସମସ୍ତ ଯାତ୍ରୀ ଓ କ୍ରିଉ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ଅକାଶା ଏୟାର ।

ଅକାଶା ଏୟାର ମୁଖପାତ୍ର କହିଛନ୍ତି ଦୁର୍ଘଟଣା ହେବ ମାତ୍ରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଛି, ଏବଂ ଆମର ଗ୍ରାଉଣ୍ଡ ଦଳଗୁଡ଼ିକ ଯଥାଶୀଘ୍ର ହାଇଦ୍ରାବାଦକୁ ଯାତ୍ରୀମାନଙ୍କୁ ଉଡ଼ାଣ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି । କୌଣସି ଆହତଙ୍କ ରିପୋର୍ଟ ହୋଇନାହିଁ, ଏବଂ କର୍ତ୍ତୃପକ୍ଷ କ୍ଷତିର ପରିମାଣ ଆକଳନ କରିବା ଏବଂ ଘଟଣାର ତଦନ୍ତ କରିବା ସହିତ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

ସୂଚନା ଯୋଗ୍ୟ; ଆଜି ଅପରାହ୍ନ ପ୍ରାୟ ୨:୧୫ ସମୟରେ ସ୍ପାଇସଜେଟର ବିମାନ ଲେହରୁ ଆସି ଏହାର ନିର୍ଦ୍ଦିଷ୍ଟ ଗେଟ୍ ଆଡକୁ ଟ୍ୟାକ୍ସି କରି ଆସିବେ ବେଳେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଆକାସା ଏୟାର ବିମାନ ସହିତ ଧକ୍କା ହୋଇଥିଲା ।

Leave a Reply

Your email address will not be published. Required fields are marked *