ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । କୋଇଡ଼ା ଅଞ୍ଚଳର ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲ୍ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୂଚନା ଅନୁଯାୟୀ, ଏହି ଅପରେସନ୍ରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଞ୍ଚିକୁ ଏୟାର୍ ଲିପ୍ଟିଂ କରାଯାଇଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସର୍ଚ ଅପରେସନ୍ ସମୟରେ ନକ୍ସଲମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇଥିଲେ । ଗୁଳି ବିନିମୟରେ ୩ରୁ ୪ ଜଣ ନକ୍ସଲ ମୃତ ଓ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ଉଭୟ ରାଜ୍ୟର ପୋଲିସ ଓ ଅର୍ଦ୍ଧସାମରିକ ବଳ ପକ୍ଷରୁ ସର୍ଚ ଅପରେସନ୍କୁ ଜୋରଦାର କରାଯାଇଛି । ସରଣ୍ଡା ଜଙ୍ଗଲ ସମେତ ସୀମାନ୍ତ ଅଞ୍ଚଳରେ ବ୍ୟାପକ କମ୍ବିଂ ଅପରେସନ୍ ଚାଲିଛି । ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । Post navigation New Members Appointed As OUSSSC: OUSSSC ସଦସ୍ୟ ଭାବେ ନିଯୁକ୍ତ ହେଲେ ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ କଲ୍ୟାଣ କୁମାର ରଥ Digital Census 2026: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା