ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସମ୍ରାଟ ଚୌଧୁରୀ। ବିହାରର ୨୧ ତମ ମୁଖ୍ୟମନ୍ତ୍ରୀଙ୍କ ସମେତ ଶପଥ ଗ୍ରହଣ ସମାରୋହରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । JDU କୋଟାରୁ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ଲୋକଭବନରେ ଏକ ସମାରୋହରେ ରାଜ୍ୟପାଳ ସୟଦ ଆତା ହସନେନ୍ ସମ୍ରାଟ ଚୌଧୁରୀ ଙ୍କୁ ଶପଥ ପାଠ କରାଇଥିଲେ। ମଙ୍ଗଳବାର ନୀତିଶ କୁମାରଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଥିଲା। ଆଜି ସକାଳେ ପାଟନାର ଲୋକ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଭାରତୀୟ ଜନତା ପାର୍ଟି (BJP) ର କୌଣସି ନେତା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ, ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ରାଜ୍ୟସଭା ସଦସ୍ୟ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ, JDU କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ କୁମାର ଝା, କେନ୍ଦ୍ର ମନ୍ତ୍ରୀ ଲଲନ ସିଂ, କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଂଝୀ, ଉପେନ୍ଦ୍ର କୁଶୱାହା ଏବଂ ସାଂସଦ ଅରୁଣ ଭାରତୀ ସାମିଲ ଥିଲେ। ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସମ୍ରାଟ ଚୌଧୁରୀ RJD ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେହିପରି ବିଜୟ ଚୌଧୁରୀ କଂଗ୍ରେସରୁ ନିଜର କ୍ୟାରିୟର ଆରମ୍ଭ କରି ପରେ JDU ରେ ଯୋଗ ଦେଇଥିଲେ। ବିଜେନ୍ଦ୍ର ଯାଦବ ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ ଏବଂ ୧୯୯୭ରେ ଦଳ ବିଭାଜନ ପରେ ସେ ଶରଦ ଯାଦବଙ୍କ ଗୋଷ୍ଠୀ ଅର୍ଥାତ JDU ସହ ରହିଥିଲେ। Post navigation Today Banakalagi Niti: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି; ୪ ଘଣ୍ଟା ଜଗା ଦର୍ଶନ ବନ୍ଦ Assam CM’s Visit Odisha: ଦିନିକିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା