12-killed-in-massive-blast-at-vedanta-power-plant-in-chhattisgarh/
ମଙ୍ଗଳବାର ଦିନ ଅପରାହ୍ନରେ ଛତିଶଗଡ଼ର ଶକ୍ତି ଜିଲ୍ଲାରେ ବେଦାନ୍ତ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ ପାୱାର ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟି ୧୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି ।
 
ଅପରାହ୍ନରେ ନିୟମିତ କାର୍ଯ୍ୟ ସମୟରେ ସିଂହିତରାଇ ଗାଁରେ ଅବସ୍ଥିତ ପ୍ଲାଣ୍ଟରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହଯୋଗରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
 
ସୂଚନା ଅନୁଯାୟୀ, ପ୍ରାୟ ୪୦ ଜଣ ଶ୍ରମିକ ଆହତ ହୋଇଥିବାବେଳେ ୧୫ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଅଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
 
ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଈ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ଆହତଙ୍କୁ ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *