ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି । ଆଜିଠାରୁ ଆରମ୍ଭ ହେଲା ଓଡ଼ିଆ ନବବର୍ଷ । ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ୍ ମିଡ଼ିଆ ଏକ୍ସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି , ଏହି ସ୍ଵତନ୍ତ୍ର ଅବସର ଭକ୍ତି, ସଦ୍ଭାବ ଏବଂ ନୂଆ ଋତୁ ଆରମ୍ଭର ବାର୍ତ୍ତା ଦେଇଥାଏ । ଏହା ଓଡ଼ିଶାର ସମୃଦ୍ଧି ପରମ୍ପରାକୁ ପ୍ରତିଫଳିତ କରିଥାଏ । ଏ ବର୍ଷ ଅପାର ସମ୍ଭାବନା ଓ ସଫଳତା ନେଇ ଆସୁ ବୋଲି ମୁଁ ˞ ପ୍ରାର୍ଥନା କରୁଛି । ଏହି ଶୁଭ ଦିନ ସମସ୍ତଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି ନେଇ ଆସୁ । ଏ ପର୍ବ ଏକତାର ଭାବନାକୁ ଆହୁରି ଗଭୀର କରୁ ଏବଂ ଆମ ସମାଜକୁ ଯୋଡ଼ି ରଖୁଥିବା ବନ୍ଧନକୁ ଆହୁରି ମଜଭୁତ କରୁ । Post navigation Hanuman Jayanti 2026: ହନୁମାନ ଜୟନ୍ତୀ ପାଇଁ କଡ଼ା ସୁରକ୍ଷା ବଳୟରେ କଟକ ଓ ସମ୍ବଲପୁର ସହର BJD-Congress Merger: ବିଜେଡି-କଂଗ୍ରେସ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି: ଦେବୀ ମିଶ୍ର