ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି । ଏହି ଅଧିନିୟମ ଦେଶର ନାରୀଙ୍କ ପାଇଁ ସମର୍ପିତ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତାବିତ ମହିଳା ସଂରକ୍ଷଣ ଆଇନକୁ “ନାରୀ ଶକ୍ତି” ପ୍ରତି ଉତ୍ସର୍ଗୀକୃତ ଏକ ଐତିହାସିକ ପଦକ୍ଷେପ ଏବଂ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ହେବାକୁ ଯାଉଛି ବୋଲି ବର୍ଣ୍ଣନା କରିଛନ୍ତି । ସବୁ ଦଳ ନାରୀ ଶକ୍ତି ବନ୍ଦନକୁ ସମର୍ଥନ ଦେବାକୁ ମୋଦି ଅନୁରୋଧ କରିଛନ୍ତି । ମୋଦି କହିଛନ୍ତି, ଆଜିର ସରକାର ମାଆ ଏବଂ ଭଉଣୀମାନଙ୍କ ପାଇଁ ସମର୍ପିତ । ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ମାଗଣା ଶୌଚାଳୟ କରାଯାଉଛି । ସେନା ବାହିନୀଠାରୁ ଆରମ୍ଭ କରି ସବୁଠି ମହିଳା ଆଗରେ ଅଛନ୍ତି । ମହିଳାଙ୍କ ନାଁରେ ପିଏମ୍ ଆବାସ ଯୋଜନା ମିଳୁଛି । ବ୍ୟବସାୟୀରେ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ମହିଳା । ସୂଚନା ଯୋଗ୍ୟ ଯେ, ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ବା ୩୩% ଆସନ ସଂରକ୍ଷିତ ରଖିବା ପାଇଁ ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଲ୍ ୨୦୨୯ ସାଧାରଣ ନିର୍ବାଚନରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସୂଚନା ଅନୁସାରେ, ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (୨୦୨୩) ଏବଂ ‘ସୀମା ନିର୍ଦ୍ଧାରଣ ଆଇନ’ ରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବେ । Post navigation Congress Issues Whip: ସଂସଦୀୟ ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ