ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା । ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦଳର ରାଜ୍ୟସଭା ୟୁନିଟ୍ ପାଇଁ ଏକ ନୂତନ ନେତୃତ୍ୱ ଦଳ ଘୋଷଣା କରିଛନ୍ତି। ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ମାନସ ମଙ୍ଗରାଜଙ୍କୁ ମିଳିଛି ବଡ଼ ଦାୟିତ୍ୱ । ସେହିପରି ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ମାନସ ରଞ୍ଜନ ମଙ୍ଗରାଜ ଏବେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବାବେଳେ ପୂର୍ବରୁ ସୁଲୋତା ଦେଓ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇ ଥିଲେ। ଆଞ୍ଚଳିକ ଦଳଗୁଡ଼ିକ ଏକ ଜଟିଳ ଜାତୀୟ ରାଜନୈତିକ ଦୃଶ୍ୟପଟକୁ ପଥଭ୍ରଷ୍ଟ କରୁଥିବା ସମୟରେ ଦଳର ଉଚ୍ଚ ସଦନ ରଣନୀତିକୁ ପୁନର୍ବାର ସଜାଡ଼ିବା ପାଇଁ ଏହି ପୁନର୍ଗଠନକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଏକ ବ୍ୟବହାରିକ ପଦକ୍ଷେପ ଭାବରେ ଦେଖୁଛନ୍ତି। ଗତ କିଛି ଦିନ ଧରି ସଂସଦୀୟ ଦଳ ନେତା ପଦକୁ ନେଇ ଦଳ ମଧ୍ୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଥିଲା। ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ କିଏ ନେବେ ଏହି ଦାୟିତ୍ୱ, ସେଥିପାଇଁ ଅନେକ ନାଁ ଆଗକୁ ଆସିଥିବା ବେଳେ ଏହାକୁ ନେଇ ପୂର୍ଣ୍ଣଛେଦ ପଡ଼ିଛି। ମାନସ ମଙ୍ଗରାଜଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଦେଇ ଦଳ ତାଙ୍କ ଉପରେ ଭରସା ଜୁଟାଇଛି। ସେହିପରି ସୁଲତା ଦେଓଙ୍କୁ ଉପନେତା ଭାବେ ଦାୟିତ୍ୱ ଦେବା ଦଳର ରଣନୀତିକ ପଦକ୍ଷେପ ଭାବେ ଦେଖାଯାଉଛି। Post navigation Puri Ratna Bhandar: ଆଜିଠୁ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର Panchayat Election: ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ: ପିସିସି ସଭାପତି