trump-issues-new-threats-to-iran-over-strait-of-hormuz-closure
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ସଭ୍ୟତାକୁ ଆଜି ରାତିରେ ମାଟିରେ ମିଶାଇ ଦେବାକୁ ଧମକ ଦେଇଛନ୍ତି । ଟ୍ରୁଥ୍ ସୋସିଆଲ ଜରିଆରେ ସେ ଏପରି ଧମକ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ଏକ ସମ୍ପୂର୍ଣ୍ଣ ସଭ୍ୟତା ଆଜି ରାତିରେ ମରିଯିବ, ଆଉ କେବେ ଫେରିବନି ।
 
ଇରାନରେ କୌଣସି ସେତୁ କି ବିଦ୍ୟୁତ୍ ପ୍ଲାଣ୍ଟ ରହିବ ନାହିଁ। ପ୍ରସ୍ତର ଯୁଗକୁ ଫେରିବ କହି ପୁଣି ଧମକାଇଛନ୍ତି ଟ୍ରମ୍ପ୍ । ଟ୍ରମ୍ପ୍ କହିଛନ୍ତି ଯେ, ୪୭ ବର୍ଷର ଅତ୍ୟାଚାର, ଦୁର୍ନୀତି ଏବଂ ମୃତ୍ୟୁ ଶେଷରେ ସମାପ୍ତ ହେବ । ଈଶ୍ୱର ଇରାନର ମହାନ୍ ଲୋକଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି ।
 
ସେପଟେ ଇରାନ ରାଷ୍ଟ୍ରପତି ମସୁଦ୍ ପେଜସକିଆନ୍ କହିଛନ୍ତି, ଇରାନର ୧ କୋଟି ୪୦ ଲକ୍ଷ ଲୋକେ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ।
 
ଆଜି ରାତି ୮ଟା ଯାଏଁ ଡେଡଲାଇନ୍ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ହର୍ମୁଜ ପ୍ରାଣାଳୀ ଖୋଲିବା ସହ ଆମେରିକା ସହ ଡିଲ୍ ପାଇଁ ଡେଡଲାଇନ୍ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ପ୍ରସ୍ତାବକୁ ରୁଷ ଏବଂ ଚୀନ୍ ଭିଟୋ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *