60% of seats on any flight to be allocated free of charge

ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏୟାରଲାଇନ୍ସଗୁଡ଼ିକୁ ଏବେ ପ୍ରତ୍ୟେକ ଉଡ଼ାଣରେ ଅତି କମ୍‌ରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ଅତିରିକ୍ତ ଶୁଳ୍କ ବିନା ଚୟନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ମାଧ୍ୟମରେ ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରିଛି:

➡️ଏୟାରଲାଇନ୍ସଗୁଡ଼ିକୁ ଏବେ ପ୍ରତ୍ୟେକ ଉଡ଼ାଣରେ ଅତି କମ୍‌ରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ଅତିରିକ୍ତ ଶୁଳ୍କ ବିନା ଚୟନ କରିବା ପାଇଁ ପ୍ରଦାନ କରିବାକୁ ପଡିବ ।

➡️ଗୋଟିଏ PNR (ଏକା ସାଙ୍ଗରେ ଟିକେଟ୍) ରେ ଯାତ୍ରା କରୁଛନ୍ତି, ତେବେ ଏୟାରଲାଇନ୍ସ ଆପଣଙ୍କୁ ପାଖାପାଖି ସିଟ୍ ଦେବାକୁ ଚେଷ୍ଟା କରିବେ । ଏଥିପାଇଁ ଆଉ ଅଲଗା ହୋଇ ବସିବାକୁ ପଡ଼ିବ ନାହିଁ ।

➡️ନିଜ ସାଙ୍ଗରେ ବାଦ୍ୟଯନ୍ତ୍ର , ଖେଳ ସାମଗ୍ରୀ କିମ୍ବା ପୋଷା ପ୍ରାଣୀ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କମ୍ପାନୀମାନଙ୍କୁ ସ୍ପଷ୍ଟ, ସ୍ୱଚ୍ଛ ନୀତି ଏବଂ ସହଜ ନିୟମ ପ୍ରସ୍ତୁତ କରିବାକୁ କୁହାଯାଇଛି ।

➡️ବିମାନ କମ୍ପାନୀ ୱେବସାଇଟ୍, ମୋବାଇଲ୍ ଆପ୍ଲିକେସନ୍, ବୁକିଂ ପ୍ଲାଟଫର୍ମ ଏବଂ ବିମାନବନ୍ଦର କାଉଣ୍ଟରରେ ଯାତ୍ରୀ ଅଧିକାରର ପ୍ରମୁଖ ପ୍ରଦର୍ଶନ ।

➡️ବ୍ୟାପକ ସୁଗମତା ଏବଂ ସଚେତନତା ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ ଭାଷାରେ ଯାତ୍ରୀ ଅଧିକାରର ସ୍ପଷ୍ଟ ସୂଚନା ଦିଆଯିବ ।

By Nirvay

Leave a Reply

Your email address will not be published. Required fields are marked *