ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ । ସୁଦର୍ଶନ ନିଜର ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ଜନଗଣନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବେ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାଲୁକା କଳା ମାଧ୍ୟମରେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାର ତାଙ୍କର ଅନନ୍ୟ କ୍ଷମତାକୁ ଉଜ୍ଜ୍ୱଳ କରି ତାଙ୍କର ଭୂମିକା ଘୋଷଣା କରିଛି।

ସୁଦର୍ଶନ ଆଗାମୀ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନତା ପ୍ରସାର କରିବା ପାଇଁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ମୂର୍ତ୍ତି ବ୍ୟବହାର କରିବେ। ତାଙ୍କର ସୃଜନଶୀଳ ଅଭିଯାନ ନାଗରିକମାନଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ସଠିକ୍ ତଥ୍ୟ ସଂଗ୍ରହର ଗୁରୁତ୍ୱ ବୁଝିବାକୁ ଉତ୍ସାହିତ କରିବ। ସରକାର ତାଙ୍କୁ ୨୦୨୭ ରେ ଆରମ୍ଭ ହେଉଥିବା ଜନଗଣନା ପୂର୍ବରୁ ଏହି ଦାୟିତ୍ୱ ଦେଇଛନ୍ତି। ଏହି ଅଭ୍ୟାସରେ ଜାତି, ସାମାଜିକ ଏବଂ ଅର୍ଥନୈତିକ ପୃଷ୍ଠଭୂମି ଉପରେ ବିବରଣୀ ଅନ୍ତର୍ଭୁକ୍ତ ହେବ।

ସୂଚନା ଯୋଗ୍ୟ; ଜାତୀୟ ଜନଗଣନା ୨୦୨୭ରୁ ଆରମ୍ଭ ହେବ । ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ଜନଗଣନା ଅନୁଷ୍ଠିତ ହେବ । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ଆସନ୍ତା ଏପ୍ରିଲରୁ ୧୬ରୁ ମେ’ ୧୫ ଯାଏଁ ପ୍ରଥମ ପର୍ଯ୍ୟାୟ ଜନଗଣନା ଚାଲିବ । ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣତି କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ଜନଗଣନା ହେବ । ୨୦୨୭ ଫେବ୍ରୁଆରି ୧ରୁ ସମଗ୍ର ଦେଶରେ ଜନଗଣନା ହେବ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ ।

ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ପ୍ରୋତ୍ସାହନ ଦିଆଯିବ । ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ । ୱେବସାଇଟ ଜରିଆରେ ପଞ୍ଜିକୃତ କରିପାରିବେ । ମୋବାଇଲ ନମ୍ବରରେ ଓଟିପି ବେସଡ ହେବ । ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେ ନାହିଁ । କିମ୍ବା ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ । ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଅନଲାଇନରେ ହେବ ।

Leave a Reply

Your email address will not be published. Required fields are marked *