ଲୋକସେବା ଭବନରେ ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗୃହରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି। ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନ ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ କେତେ ପଦବୀ ଖାଲି ପଡ଼ିଛି ତାହା ପୂରଣ ପାଇଁ କି ପଦକ୍ଷେପ ନିଆଯାଇଛି? ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୩୬୫ଟି ଉପବିଭାଗ ଅଧିକାରୀ ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ ପଦବୀ ଖାଲି ପଡିଛି। ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଛି। ୨ ଯୁଗ୍ମ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ମଧ୍ୟ ଖାଲି ପଡ଼ିଛି। ୪ର୍ଥ ଡେସ୍କ ଅଫିସର, ୩୬୫ ଉପବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଛି। ଏତେ ସଂଖ୍ୟକ ପଦବୀ ଖାଲି ରହିବା ଫଳରେ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏହି ପଦବୀଗୁଡ଼ିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। Post navigation Rajya Sabha Election: ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା; ମଇଦାନରେ ବର୍ତ୍ତମାନ ଅଛନ୍ତି ୫ ପ୍ରାର୍ଥୀ Edible Oil Prices Surge: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ମହଙ୍ଗା ହେଲା ଖାଇବା ତେଲ