ଗୋଟାଏ ଦିନରେ ବଦଳିଲେ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ରାଷ୍ଟ୍ରପତି ଭବନ ଶୁକ୍ରବାର ଦିନ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଦଳ ବଦଳ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀର LG ଭୀନିତ ସକ୍ସେନା ହେଲେ ଲଦାଖର LG । ଦିଲ୍ଳୀର LG ଭାବେ ତରଣଜିତ ସିଂ ସାନ୍ଧୁଙ୍କୁ ନିଯୁକ୍ତି ମିଳିଛି । ସେଇଭଳି ଶିବ ପ୍ରତାପ ଶୁକ୍ଳା ହେଲେ ତେଲଙ୍ଗାନା ରାଜ୍ୟପାଳ । ଏହାବ୍ୟତୀତ, ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ବ ଦିଆଯାଇଛି। ନାଗାଲାଣ୍ଡର ରାଜ୍ୟପାଳ ଭାବେ ନନ୍ଦ କିଶୋର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି, ସୟଦ ଆତା ହସନେନ ହେଲେ ବିହାର ରାଜ୍ୟପାଳ । ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ । କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ତାମିଲନାଡ଼ୁ ରାଜ୍ୟପାଳ । ଲଦାଖ LT କବୀନ୍ଦ୍ର ସିଂ ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ । ଅନ୍ୟପକ୍ଷରେ, ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କୁ ଲଦାଖ ଉପ-ରାଜ୍ୟପାଳ କରାଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରଦୂତ ତରନଜିତ୍ ସିଂ ସାନ୍ଧୁଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ନିଯୁକ୍ତି ମିଳିଛି । Post navigation India in T20 World Cup Final: ଟି୨୦ ବିଶ୍ୱକପ ଫାଇନାଲରେ ଭାରତ Su-30MKI Fighter Jet Crash: ସୁଖୋଇ-୩୦MKI ବିମାନ ଦୁର୍ଘଟଣାଗ୍ରସ୍ତ, ବାୟୁସେନାର ୨ ଯୋଦ୍ଧା ଶହୀଦ