ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି । ଏହା ମଧ୍ୟରେ ଆଜି ହୋଲି ଦିନରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ଏ ନେଇ ସୂଚନା ଦେଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି ପାରିବାରିକ ସଂପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଛନ୍ତି ଦିଲ୍ଲୀପ ରାୟ। ଅରବିନ୍ଦ କହିଛନ୍ତି, ଏହି ସମୟରେ ଉଭୟଙ୍କ ମଧ୍ୟରେ ରାଜନୈତିକ କିମ୍ବା ରାଜ୍ୟସଭା ନିର୍ବାଚନ ନେଇ କୌଣସି ଆଲୋଚନା ହୋଇ ନାହିଁ । ପାରିବାରିକ ସମ୍ପର୍କ ଯୋଗୁଁ କେବଳ ହୋଲିର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ଦିଲ୍ଲୀପ। ସେ ଏଠାକୁ ସମର୍ଥନ ପାଇବା ପାଇଁ ଆସି ନଥିଲେ। ସେ ଓଡ଼ିଶା ଏବଂ ଜାତୀୟ ରାଜନୀତିରେ ୪୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଜଣେ ଦକ୍ଷ ପ୍ରାର୍ଥୀ। ରାଜ୍ୟସଭା ପାଇଁ ସେ ଜଣେ ଯୋଗ୍ୟ ପ୍ରାର୍ଥୀ । ୪ରୁ ୫ ପ୍ରାର୍ଥୀ ହେଲା, ୬ବି ହୋଇପାରେ ବୋଲି ଅରବିନ୍ଦ କହିଛନ୍ତି । ଅରବିନ୍ଦ ମହାପାତ୍ରଙ୍କ ସହ ତାଙ୍କର ସାକ୍ଷାତ ରାଜନୈତିକ ମହଲରେ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଅରବିନ୍ଦ ମହାପାତ୍ରଙ୍କୁ ଦିଲ୍ଲୀପ ରାୟ ଭେଟିବାରୁ ସଙ୍କେତ ମିଳୁଛି କି ପାଟକୁରା ବିଧାୟକ ତଥା ବିଜୟଙ୍କ ଅରବିନ୍ଦ ମହାପାତ୍ର ଦିଲ୍ଲୀପଙ୍କୁ ସମର୍ଥନ ଦେଇପାରନ୍ତି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲୀପ ରାୟ ଶତପ୍ରତିଶତ ଜିତିବେ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଦିଲ୍ଲୀପ ରାୟ ଜଣେ ଅନୁଭବୀ ନେତା । ବହୁଥର ବିଧାୟକ ଓ ସାଂସଦ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି, ରାଜ୍ୟରେ ବି ମନ୍ତ୍ରୀ ଥିଲେ । ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ମୋର ବିଶ୍ୱାସ ଅଛି । ତାଙ୍କୁ ଦଳ ସବୁ ପ୍ରକାରର ସମର୍ଥନ ଦେବ । ଚତୁର୍ଥ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଓ ବିଜେଡି-କଂଗ୍ରେସ ସମର୍ଥିତ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଦିଲୀପ ରାୟ ୨୦୦୨ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ନିର୍ବାଚନ ଜିତିଥିଲେ । ତେବେ ଚଳିତ ବର୍ଷ କିଏ ହାତେଇବ ଚତୁର୍ଥ ଆସନ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି । Post navigation Rajya Sabha Election: ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି; ବିଜେପିକୁ ଟାର୍ଗେଟ କଲେ ସଂତୃପ୍ତ ମିଶ୍ର Rajya Sabha Election: ମହାରାଷ୍ଟ୍ର ପାଇଁ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି