ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତି ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଇରାନ ଉପରେ ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରି ଇରାନର ପ୍ରତିଶୋଧମୂଳକ ଆକ୍ରମଣ ପରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ । ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ । ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡା ହୁଏ, ସେତେବେଳେ ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୁଏ। ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। କାନାଡା ପ୍ରଧାନମନ୍ତ୍ରୀ କାର୍ନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବିବୃତ୍ତି ଦେଇଛନ୍ତି। ଏହି ଆଲୋଚନା ସମୟରେ ଭାରତ ଏବଂ କାନାଡା ୟୁରାନିୟମ ଉପରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ବ୍ୟତୀତ, ବେସାମରିକ ପରମାଣୁ ସହଯୋଗକୁ ଆହୁରି ଆଗକୁ ବଢାଇ, ଦୁଇ ଦେଶ ଛୋଟ ମଡ୍ୟୁଲାର ରିଆକ୍ଟର ଉପରେ ଏକାଠି କାମ କରିବେ। ସୋମବାର ମଧ୍ୟରାତ୍ରିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଏକ ପୋଷ୍ଟରେ କହିଥିଲେ ସେ ଇସ୍ରାଏଲୀ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଶୀଘ୍ର ଶତ୍ରୁତା ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ଯାହା ଫଳରେ ଘଟୁଥିବା ଘଟଣାବଳୀ ଉପରେ ଭାରତର ଚିନ୍ତା ପ୍ରକାଶ ପାଇଥିଲା ଏବଂ ନାଗରିକ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶତ୍ରୁତାକୁ ଶୀଘ୍ର ବନ୍ଦ କରିବାର ଆବଶ୍ୟକତାକୁ ଦୋହରାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦେଶର ସର୍ବୋଚ୍ଚ ସୁରକ୍ଷା ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ସୁରକ୍ଷା କ୍ୟାବିନେଟ କମିଟିର ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। କମିଟି ଏହି ଅଞ୍ଚଳରେ ଥିବା ବିଶାଳ ଭାରତୀୟ ପ୍ରବାସୀ ସମ୍ପ୍ରଦାୟର ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲା ଏବଂ ପ୍ରଭାବିତ ନାଗରିକମାନଙ୍କୁ ସହାୟତା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। Post navigation SIM box seized: ରାଜଧାନୀରୁ ପୁଣି ସିମ୍ ବକ୍ସ ଜବତ Rajya Sabha Election 2026: ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ