କାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମା ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପୌରପାଳିକା ସମେତ ସହର ସଂଲଗ୍ନ ଘରୋଇ ବିଦ୍ୟାଳୟ ସମେତ ସବୁ ସ୍କୁଲ ବନ୍ଦ ରହିବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରିଛନ୍ତି ବିଇଓ । ଏହି ଛୁଟି ଫେବୃଆରୀ ୩ ତାରିଖ ପାଇଁ ଘୋଷଣା କରାଯାଇଛି । କହିରଖୁଛୁ ଯେ, ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ । ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । Post navigation Mission Shakti: ନୂଆ ରୂପ ପାଇବ ମିଶନ ଶକ୍ତି; ନୂଆ ଡ୍ରେସ୍ କୋଡ୍ ସହ ମିଳିବ ଆଇଡି କାର୍ଡ ଓ ସ୍ମାର୍ଟ ଫୋନ୍ Transgender Protest: ରାଜଧାନୀରେ କିନ୍ନରଙ୍କୁ ହତ୍ୟା ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସମାଜ