ପୁଣି ଥରେ ରାଜଧାନୀରେ ଆମ ବସ୍ ଆତଙ୍କ ଦେଖାଦେଇଛି । ଜନପଥ ରାସ୍ତାରେ ଏକ ବାଇକୁ ଆମ ବସ୍ ଧକ୍କା ଦେବା ପରେ ଲୋକେ ତାତିଛନ୍ତି । ଫଳରେ ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ। ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଏହାପରେ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା କରିଛି । ଆଜି ଅପରାହ୍ନ ସମୟରେ ଜନପଥରେ ଏକ ଆମ ବସ୍ ଗୋଟିଏ ବାଇକୁ ଧକ୍କା ଦେଇଥିଲା । ଏହା ପରେ ସାଧାରଣ ଲୋକେ ତାତିଥିଲେ । ଯମ ପାଲଟିଥିବା ଆମ ବସ ଉପରେ ଆକ୍ରମଣ କରିଥିଲେ । ଇଟା ପଥର ମାଡ଼ କରିଥିଲେ । ପଛରୁ ଆସୁଥିବା ଆଉ ଦୁଇଟି ବସ୍ ଉପରେ ମଧ୍ୟ ରାଗ ସୁଝାଇଥିଲେ । ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଭୟରେ ଗାଡ଼ି ଛାଡ଼ି ଦୌଡ଼ିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଲୋକେ ଶୁଣିବାକୁ ନାରାଜ ଥିଲେ । କିଛି ସମୟ ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍ ଛକ ଲୋକାରର୍ଣ୍ଣ୍ୟ ହୋଇଥିଲା । ଉଭୟ ପାର୍ଶ୍ୱରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଅଟକି ରହିଥିଲେ । ଲୋକଙ୍କୁ ଘଉଡ଼ାଇବାକୁ ପୋଲିସ ଶେଷରେ ମୃଦୁ ଲାଠି ଚାଳନା କରିଥିଲା । ଶେଷରେ ଉତ୍ତ୍ୟକ୍ତ ଜନତା ଛତ୍ରଭଙ୍ଗ ଦେଇଥିଲେ । Post navigation Arvind Mohapatra Suspension: ନବୀନଙ୍କୁ ଚାଲେଞ୍ଜ କଲେ, ବିତର୍କର ଆହ୍ୱାନ ଦେଲେ ଅରବିନ୍ଦ Sankha Bhavan Protest: ଶଙ୍ଖଭବନ ଘେରିଲେ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ