ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ସଚିବମାନଙ୍କୁ ଜାନୁଆରୀ ୨୨ ସୁଦ୍ଧା କୋର୍ଟରେ ହାଜର ହେବାକୁ ପଡିବ, ନଚେତ୍ ସେମାନଙ୍କୁ ଗିରଫଦାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ୨୨ ତାରିଖ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ ଗିରଫଦାରୀରୁ ମୁକ୍ତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି।ବେଣୁଧର ଦାସ ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତିଅବସରପ୍ରାପ୍ତ ଅଧ୍ୟାପକ ତପନ ପଟ୍ଟନାୟକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେଣୁଧର ଦାସଙ୍କ ସମେତ ବକେୟା ଦରମା ଏବଂ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ବିଳମ୍ବ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଅରବିନ୍ଦ ଏବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅଛନ୍ତି । ତାଙ୍କୁ ମଧ୍ଯ ୨୨ତାରିଖରେ ଗିରଫ କରି କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । Post navigation 24 New NAC And Municipal Elections 2026: ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ Women Drivers For ‘Ama Bus’: ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର