ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି । ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ ।କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବ ନାହିଁ । ଭାରତ ସରକାରଙ୍କ ଟିମ୍‌ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶାରେ ନିପା ଭାଇରସ୍‌ ରୋଗୀ ଚିହ୍ନଟ ହୋଇନାହାନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ନିପା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ଏବେ ସତର୍କ ଘଣ୍ଟି ବାଜିଛି। ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ। ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି। ବାହାରୁ ଫେରୁଥିବା ଲୋକେ ଯଦି ଦୀର୍ଘଦିନ ଧରି ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା ଆଦି ରୋଗରେ ପୀଡ଼ିତ ରହିବେ, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

Leave a Reply

Your email address will not be published. Required fields are marked *