ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଆଜି ସକାଳ ପ୍ରାୟ ୮ଟା ୩ ମିନିଟ୍ ସମୟରେ ବାସଭବନରେ ନିଆଁ ଲାଗିଥିବା ଜଣାପଡ଼ିଛି । ୩ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ର ଯାଞ୍ଚ ଜାରି

ଦିଲ୍ଲୀ ପୋଲିସ ଫରେନସିକ୍ ଟିମ୍ ସୂଚନା ମୁତାବକ, ସକାଳ ପ୍ରାୟ ୮ଟା ୫ ମିନିଟ୍ ସମୟରେ ସାଂସଦ ଶ୍ରୀଯୁକ୍ତ ପ୍ରସାଦଙ୍କ ସରକାରୀ ବାସଭବନରେ ନିଆଁ ଲାଗିଥିବା ଖବର ଆସିଥିଲା । ଘରେ ଥିବା ଆସବାବପତ୍ରରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ଏହା ସହିତ ଫରେନସିକ୍ ଟିମ୍ ମଧ୍ୟ ତୁରନ୍ତ ପହଁଚିଥିଲା । ତେବେ ତତକ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *