ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ । ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ନିଆଁ ଲାଗିଥିଲା। ଷ୍ଟେସନ ମାଷ୍ଟରଙ୍କ କ୍ୟାବିନ୍‌ରେ ନିଆଁ ଲାଗିଥିବା ସୂଚନା । ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିଲା । ଅଗ୍ନିଶମ ବାହିନୀର ନିଆଁ ଲିଭା ଉଦ୍ୟମ ଜାରି ରହିଛନ୍ତି ।

ସୂଚନା ଅନୁସାରେ ଆଜି ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ସର୍ଟ ସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କୌଣସି କ୍ଷତି ହୋଇ ନ ଥିଵା ଜଣାପଡିଛି।

Leave a Reply

Your email address will not be published. Required fields are marked *