ନୂଆ ରୂପ ପାଇବ ଲୋକସେବା ଭବନ । ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ୭୧ ଏକର ଜମିରେ ନିର୍ମାଣ ହେବ, ଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା । ଏନେଇ ଅନୁମୋଦନ ହୋଇଛି ମାଷ୍ଟରପ୍ଲାନ । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ । ଲୋକସେବା ଭବନରେ ଗାଡ଼ି ପାକିଂ ପାଇଁ ରହିବ ପର୍ଯ୍ୟାପ୍ତ ଜାଗା । ଅଣ୍ଡରଗ୍ରାଉଣ୍ଡ୍ ରେ ଗାଡ଼ି ପାର୍କିଂ ହେବ । ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ । ଏହି ପଦକ୍ଷେପ ଦ୍ୱାରା ଲୋକସେବା ଭବନର କାୟାକଳ୍ପ ବଦଳିବା ସହ ଏହା ଏକ ଅତ୍ୟାଧୁନିକ ଏବଂ ସୁରକ୍ଷିତ ପ୍ରାଶାସନିକ ପରିସର ଭାବେ ଉଭା ହେବ । ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ସହ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ । ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଯେଉଁଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକ ରେ ନିର୍ମାଣ ହେବ ଫ୍ଲାଏ ଓଭର। ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି । ରାସ୍ତାର ଦୁଇ ପାର୍ଶ୍ବରେ ଲାଗିବ ୨୨ ହଜାର ୪୧୦ ଗଛ। Post navigation Karur Stampede: କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍ରେ ଥଲାପତି ବିଜୟ Vande Mataram 150th Anniversary: ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଶୁଭିଲା ବନ୍ଦେ ମାତରମ୍