ପୁଣି ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଯେତେ ରେଡ୍ କଲେ ମଧ୍ୟ ସାଲିଆ ସାହିରେ ବାହାରୁଛି ହଜାର ଲିଟର ଦେଶୀମଦ ସମାଗ୍ରୀ । ଆଜି ସାଲିଆ ସାହିରେ ୪ଟି ସ୍ଥାନରେ ୬ ହଜାର ଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ । ବିପୁଳ ପରିମାଣର ମଦ, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସମାଗ୍ରୀ ଜବତ । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଦେଶୀମଦ ଭାଟି ଠାବ ହୋଇଥିଲା ।

ସୁରାକ ପାଇ ଏହି ଚଢାଉ ହୋଇଛି। ରେଡରେ ଅବକାରୀ ଥାନା ଅଧିକାରୀ ଓ ସ୍ବତନ୍ତ୍ର ଟିମ୍ ସାମିଲ ଅଛନ୍ତି । ବସ୍ତିରେ ବିଭିନ୍ନ ଘରେ ଦେଶୀ ମଦ ଭାଟି ଠାବ କରିବା ସହିତ ଏହାକୁ ନଷ୍ଟ କରିଛି ପୋଲିସ୍। ବହୁଳ ମାତ୍ରାରେ ଏଠି ମାଦକ ଦ୍ରବ୍ୟ ପ୍ରସ୍ତୁତ କରାଯାଉଥିବାରୁ ଉକ୍ତ ସ୍ଥାନକୁ ସିଲ କରିଛି ଅବକାରୀ ବିଭାଗ।

Leave a Reply

Your email address will not be published. Required fields are marked *