Odisha Youth Congress Activists Stages PUCC Protest
ଗାଡ଼ି ଚାଳକଙ୍କ ଉପରେ ମନଇଛା ଫାଇନ ଏବଂ ତ୍ରୁଟିପୂର୍ଣ୍ଣ ପ୍ରଦ୍ୟୁଷଣ ପ୍ରମାଣପତ୍ର ନିତି ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । କଂଗ୍ରେସ ଭବନରୁ ଏକ ସାଇକେଲ ଶୋଭାଯାତ୍ରାରେ ଯୁବକଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯାଉଥିବା ବେଳେ ବାସଭବନ ସମ୍ମୁଖରେ ପୋଲିସ ଅଟକାଇଥିଲା ।
 
ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା ଏହାପରେ ପୋଲିସ ଆନ୍ଦଳନରତ ଯୁବ କଂଗ୍ରେସ କର୍ମୀମାନଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲା ।
 
ଏହି ଅବସରରେ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ ଗାଡ଼ି ଚାଳକମାନଙ୍କର ରକ୍ତ ଶୋଷଣ କରିବାପାଇଁ ମୋହନ ସରକାର ବ୍ୟବସ୍ଥା କରିଛି । ଯେଉଁଭଳି ଭାବନରେ ଫାଇନ ଲଦି ଦିଆଯାଇଛି ତାହା ଇତିହାସର ବ୍ରିଟ୍‌ଶ ଶାସନ ଓ ମୋଗଲ ଶାସନର ଜନବିରୋଧି ନୀତିକୁ ଅତିକ୍ରମ କରିଛି । ପରିବହନ ମନ୍ତ୍ରୀ ଗାଡ଼ିଚାଳକ ମାନଙ୍କ ତଂଟି ଚିପି ଅର୍ଥଆଦାୟ କରିବାର ଦାୟିତ୍ୱ ନେଇଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଗାଡ଼ିଚାଳକ ମାନଙ୍କୁ ଜନ୍ତ୍ରଣା ଭିତରକୁ ଠେଲି ଦେଇଥିବା ପରିବହନ ମନ୍ତ୍ରୀ ଓ ତାଙ୍କ ସରକାର ବିରୋଧରେ ଜନଆନ୍ଦୋଳନ ଜାରି ରହିବ ବୋଲି ପାତ୍ର କହିଥିଲେ ।
 
ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଟ୍ରକ ଓ ବସ ପର୍ଯ୍ୟନ୍ତ ଆଉ ରାଜରାସ୍ତାରେ ଚଲାଇବା ସମ୍ଭବ ହେବ ନାହିଁ । ଗୋଟିଏ ଚାରିଚକିଆ ଯାନ ଦିନରେ ଯଦି ୫-୬ଟି ଟୋଲଗେଟ ପାସ କରୁଛି ତାହା ଉପରେ ଲକ୍ଷାଧିକ ଟଙ୍କାର ଫାଇନ ପଡ଼ୁଛି । ଦୁଇଚକିଆ ଯାନର ମୂଲ୍ୟଠୁ ଫାଇନ ଅତ୍ୟଧିକ ରହୁଛି । ସରକାରଙ୍କ ପକ୍ଷରୁ କେଉଁ ତ୍ରୁଟି ହେଲେ ଫାଇନ ଦେବାକୁ ପଡ଼େ ସେ ବାବଦରେ ଗାଡ଼ିଚାଳକ ମାନଙ୍କୁ ସଠିକ ଭାବରେ ଜଣାଇଦିଆଯାଉ ନାହିଁ ବୋଲି ପାତ୍ର କହିଛନ୍ତି ।
Odisha Youth Congress Activists Stages PUCC Protest
 
ସେ କହିଛନ୍ତି ଯେ, ପ୍ରଦ୍ୟୁଷଣ ପ୍ରମାଣପତ୍ର ସହିତ ଫାଇନକୁ ଯୋଡ଼ିବା ବେଆଇନ । ସମସ୍ତ ଗାଡ଼ି ମାଲିକଙ୍କ ଫାଇନ କଥାକୁ ବାଦ ଦେଇ ପ୍ରଦ୍ୟୁଷଣ ପ୍ରମାଣ ପତ୍ର ବ୍ୟବସ୍ଥାକୁ ସରଳ କରାଯାଉ । ମାତ୍ରାଧିକ ଫାଇନ ଆଦାୟ ନିଷ୍ପତ୍ତିରୁ ଓହରି ସରକାର ସରଳ ଫାଇନ ବ୍ୟବସ୍ଥାର ପୁର୍ନବିଚାର କରନ୍ତୁ । ସରକାର ରେଭିନ୍ୟୁ ଯୋଗାଡ଼ ନାମରେ ଗାଡ଼ି ଚାଳକଙ୍କୁ ହନ୍ତସନ୍ତ କରନ୍ତୁ ନାହିଁ ।
 
ତାଳଚେର, ଅନୁଗୁଳ, ବାରିପଦା, ବାଲେଶ୍ୱର, ଝାରସୁଗୁଡ଼, ରାଉରକେଲା, ଯାଜପୁର ପ୍ରଭୃତି ସହର କିଭଳି ଦେଶରେ ଅଧିକ ପ୍ରଦ୍ୟୁଷିତ ସହର ଭିତରେ ସ୍ଥାନ ପାଇଲା ତାହାର କାରଣ ସରକାର ଖୋଜନ୍ତୁ ଓ ନିରାକରଣ ପାଇଁ ବ୍ୟବସ୍ଥା କରନ୍ତୁ । ଯେଉଁ ଶିଳ୍ପ ବା ସଂସ୍ଥା ଏହି ପ୍ରଦ୍ୟୁଷଣ ପାଇଁ ଦାୟି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଦି ମନମାନି ଫାଇନ ଏବଂ ତ୍ରୁଟିପୂର୍ଣ୍ଣ ପ୍ରଦ୍ୟୁଷଣ ନିତିରୁ ବିରତ ନ ରହିବେ ତେବେ ଯୁବ କଂଗ୍ରେସ ଓଡ଼ିଶାର ସମସ୍ତ ଆର. ଟି. ଓ. ଅଫିସ ସାମନାରେ ବିକ୍ଷୋଭ କରିବ ।
 
ଏହି ବିକ୍ଷୋଭରେ ମନୋଜ ବିଶ୍ୱାଳ, ୟାସିିର ନୱାଜ, ସୁଦିପ ସାମଲ, ଅଭିଜିତ ଜେନା, ଗୋପନ ମାର୍ଥା, ଶିବ ଅଗ୍ରୱାଲ, କିରଣ ସାହୁ, ମହମ୍ମଦ ଗୁଲଫାମ, ଆଲୋକ ଦାସ, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, ଅଜୟ ମହାପାତ୍ର, କେଦାର ଦଳାଇ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ, ଅମରେଶ ପରିଡ଼ା, ବିଶ୍ୱ ରଞ୍ଜନ ମିଶ୍ର, ସାଇ ରଞ୍ଜନ ପଟ୍ଟନାୟକ, ପବିତ୍ର ସେଠୀ, ପ୍ରିତମ ପରିଜା, ବିରଞ୍ôଚ ବାରିକ, ଜଗଦିଶ ରାଉତ, ପ୍ରଶାନ୍ତ ପରମାଣିକ, ପ୍ରଶାନ୍ତ ରାଉତଙ୍କ ସହ ବହୁ ଯୁବ କଂଗ୍ରେସ କର୍ମକର୍ତ୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *