School & Mass Education
ଡ୍ରପଆଉଟ୍ ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ ।
 
ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଯିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ପିଲା କାହିଁକି ଅନୁପସ୍ଥିତ ରହିଲେ ତାହାର କାରଣ ବୁଝିବେ ସ୍କୁଲ କର୍ତ୍ତୃପକ୍ଷ ।
 
ରାଜ୍ୟରେ ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଘରକୁ ଘର ବୁଲି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ସର୍ଭେ ପରେ ଏବେ ସା‌ରା ରାଜ୍ୟରେ ‘ଆସ ସ୍କୁଲ ଯିବା’ ଅଭିଯାନ ‌କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା ।
 
ଯେଉଁଥିରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାଙ୍କ ପାଠପଢ଼ାକୁ ଜାରି ରଖିବା ଓ ପୁନର୍ବାର ପାଠପଢ଼ା ନ ଛାଡ଼ିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ।
 
Odisha Teachers To Visit Homes Of Absentee Students
 
 
 

By Nirvay

Leave a Reply

Your email address will not be published. Required fields are marked *