Odisha Cabinet approves expansion of World Skill Center; 3 new campuses in 3 cities soon
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  ।
 
ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ନୂତନ କ୍ୟାମ୍ପସର ସମ୍ପ୍ରସାରଣ ନିମିତ ତିନୋଟି ନୂତନ ଦକ୍ଷତା କ୍ୟାମ୍ପସ ପ୍ରତିଷ୍ଠିତ ହେବ । ବ୍ରହ୍ମପୁର ଏବଂ ସମ୍ବଲପୁରରେ ନୂତନ କ୍ୟାମ୍ପସ ସହିତ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ । ଭୁବନେଶ୍ୱର ସେମିକଣ୍ଡକ୍ଟର, ଆଇଟି/ଟିଇଏସ, ଏବଂ ଏରୋସ୍ପେସ୍ କ୍ଷେତ୍ର, ବ୍ରହ୍ମପୁର ଆତିଥ୍ୟ ଏବଂ ସାମୁଦ୍ରିକ କ୍ଷେତ୍ର କ୍ୟାମ୍ପସ୍ , ସମ୍ବଲପୁରରେ କୃଷି-ପ୍ରଯୁକ୍ତି, ନବୀକରଣୀୟ ଶକ୍ତି, ଖୁଚୁରା ଏବଂ ଦୃଶ୍ୟ ବାଣିଜ୍ୟ କ୍ଷେତ୍ରର କ୍ୟାମ୍ପସ ହେବ ।
 
ଶିଳ୍ପ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ରାଜସ୍ବ ଆଦି ବିଭାଗର ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
 
ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (OSDP)ର ଦ୍ଵିତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଓଡ଼ିଶା ଭିଜନ ୨୦୩୬ ଏବଂ ଭିଜନ ୨୦୪୭ ସହିତ ସମନ୍ୱୟ ରଖି ଓଡ଼ିଶାର ଦକ୍ଷତା ବିକାଶ ଇକୋସିଷ୍ଟମକୁ ମଜଭୁତ ଏବଂ ଆଧୁନିକୀକରଣ ପୂର୍ବକ ଶିଳ୍ପ-ସମନ୍ୱିତ ଦକ୍ଷତା ପାଇଁ ଏକ ଅଗ୍ରଣୀ କେନ୍ଦ୍ର ଭାବରେ ସ୍ଥାନିତ କରିବା ।
 
ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅନ୍ତର୍ଗତ ୫୭୦୦୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ୍ ବ୍ୟବସ୍ଥା, ୩୧୦ କୋଟିରୁ ଊର୍ଦ୍ଧ୍ବ ପ୍ରକଳ୍ପ ଖର୍ଚ୍ଚ ମଞ୍ଜୁର ହୋଇଛି । ଏହା ସହିତ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ର ସଂଶୋଧନ ଏବଂ ଗଞ୍ଜାମ ଜିଲ୍ଲାରେ ୬,୩୪୩ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା, ୧୯୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟ ମଞ୍ଜୁର ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *