ଏବେ ଆଉ ଚାଲୁନି ଲାଞ୍ଜିଆଙ୍କ ଜୀବିକା ଉନ୍ନତିକରଣ କାର୍ଯ୍ୟ । ଗତ ଏକ ବର୍ଷକ ମଧ୍ୟରେ ଆସିନି ଟଙ୍କାଟିଏ ଅନୁଦାନ । ସରକାର ବଦଳି ଥିଲେ ମଧ୍ୟ ସେହି ଲୋକମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁକି ରହିଛି । ଏମିତି ଅବସ୍ଥାରେ ଗୁଣପୁର ବ୍ଲକ ପୁଟାସିଂଠାରେ ଥିବା ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା (ଏଲଏସଡିଏ) ଏବେ ଏକ ସାଇନ ବୋର୍ଡ ସଂସ୍ଥା ପାଲଟି ଯାଇଛି। ଫଳରେ ଏବେ ଅବହେଳାର ଶିକାର ହେଉଛନ୍ତି ୧୩୬ ଟି ଲାଞ୍ଜିଆ ସୌରା ଗାଁ। ଆଦିବାସୀ ପ୍ରବଣ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକରେ କେଉଁ ପୁରାତନ କାଳରୁ ଆଦିମ ଜନଜାତି ଲାଞ୍ଜିଆ ସଉରା ବସବାସ କରି ଆସିଛନ୍ତି । ଏହି ଜାତି କେତେ ପୁରାତନ, ତାହାର ହିସାବ କାହା ପାଖରେ ନାହିଁ । ସଉରା ମାନେ ଆମ ରାଜ୍ୟର ପୂର୍ବ ଘାଟ ପର୍ବତ୍ୟମାଳାରେ ବସବାସ କରିଆସୁଛନ୍ତି । ଡଙ୍ଗର ଚାଷ ଏମାନଙ୍କର ମୁଖ୍ୟ ଜୀବିକା ହୋଇଥିବା ବେଳେ କାଜୁ ଓ ମହୁଲ ଚାଷ ହିଁ ଏମାନଙ୍କର ଜୀବନ ଜିବିକା ପାଲଟିଛି ଏମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାର କରି କରିଥିବା ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ପ୍ରଥମେ । ସଗଡ଼ା ଓ ଆବଡ଼ା ପଞ୍ଚାୟତର ୨୦ଟି ଗାଁ ମଧ୍ୟରେ ସୀମିତ ରହିଥିଲା। ଅନ୍ୟ ପଞ୍ଚାୟତର ଗାଁ ଗୁଡ଼ିକ ଏହି ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ। । କିନ୍ତୁ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ବିଜ୍ଞପ୍ତି ସଂଖ୍ୟା ୭୭୪୩, ଜୁନ ୪ ତାରିଖ ୨୦୨୦ରେ ପୁଟାସିଂ, ଟଲଣା, ଜଲତାର, ଚିନ୍ନାସାରି, କୁଲୁସିଂ ପଞ୍ଚାୟତର ୧୧୬ଟି ଗାଁ ଏଲଏସଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ବିକାଶ ପାଇଁ ଟଙ୍କାଟିଏ ହେଲେ ଅନୁଦାନ ମିଳିନାହିଁ । ଓପିଲିପି ଦ୍ଵାରା ଲାଞ୍ଜିଆମାନଙ୍କ କୃଷି ସମେତ ପଶୁପକ୍ଷୀ ଚାଷ ପାଇଁ ପାଇଁ ଅନୁଦାନ ଦିଆଯାଉଥିଲା। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦିଆଯାଉଥିଲା । ଏବେ ସେସବୁ ବନ୍ଦ ହୋଇଯାଇଛି। ଫଳରେ ଲାଞ୍ଜିଆଙ୍କ ଆର୍ଥିକ ଉନ୍ନତିକରଣ ଠପ୍ ହାଇଯାଇଛି। ରାୟଗଡ଼ା ଜିଲ୍ଲାର ଗୁଣୁପୁର ସହର ଠାରୁ ୨୦ କିମି ଦୂର ପୁଟାସିଂ ଯିବା ରାସ୍ତାରେ ପଥର କାନ୍ଥର ପାଚେରି ଥିବା ଘର ଦେଖାଯିବ । ଆମ ରାଜ୍ୟର ୧୩ ଗୋଟି ପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଜନ ଜାତି । ଏମାନଙ୍କର ବେଶଭୂଷା ଦେହର ପରିପାଟିରେ ରହିଥିବା ସ୍ୱତନ୍ତ୍ରତା ଏମାନଙ୍କୁ ପରିଚୟ ଦେଇଥାଏ । ଆଦିମ ଜନଜାତିର ସର୍ବପ୍ରଥମ ଅଭିବ୍ୟକ୍ତି ହେଉଛି ଚିତ୍ରକଳା । ସଉରାମାନଙ୍କ ଘରେ ଆଜିବି ଇଡିତାଲ ଇଷ୍ଟଦେବ ରୂପେ ପୂଜା ପାଆନ୍ତି। ଏହି ଚିତ୍ରକଳା ହେଉଛି ସେମାନଙ୍କର ଭାବବୋଧକ ଲିପି । ଏହି ଚିତ୍ରକଳା ସେମାନଙ୍କର ପୂର୍ବ ପୁରୁଷଙ୍କୁ ସମ୍ମାନଦେବା ସହିତ ସାମାଜିକ ଜୀବନରେ ସେମାନଙ୍କର ବଞ୍ଚିବା ନେଇ ଆଶଙ୍କା ମଧ୍ୟ ଦୂରୀ ଭୂତ ହୁଏ । ଲାଞ୍ଜିଆ ସଉରାମାନଙ୍କ ଆଉ ଏକ ବିଶେଷତ୍ବ ହେଉଛି ସମାନଙ୍କର ଚାଷକରିବା ପ୍ରଣାଳୀ । ପୁରୁଷାନୁକ୍ରମେ ଏମାନେ ପାହାଚ ଚାଷ କରିଆସୁଛନ୍ତି । ପଥରରେ ଜମିର ପାଚେରି କରି ତଳକୁ ତଳକୁ ଚାଷ ଜମି ତିଆରି କରନ୍ତି । ସେହି ପାହାଡ଼ରେ ଏମାନେ ନେ ପୋଡ଼ୁ ଚାଷ କରନ୍ତି । ସେଠାରେ ସେମାନେ ମାଣ୍ଡିଆ, ସୁଆଁ ଆଦି ଶସ୍ୟ ଜାତୀୟ ଫସଲ ସଲ କରନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ ପାଇଁ ବିଶେଷ ଦୃଷ୍ଟି ଦେଉନାହାନ୍ତି । ଆଜିଯାଏଁ କେବଳ ୨୦ଟି ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୋଇଆସୁଛି । ଗତ ୨୦୧୭-ег ମସିହାରୁ ଲାଞ୍ଜିଆ ସୌରା ଅଞ୍ଚଳର ୨୦ଟି ଗ୍ରାମରେ ଓ ଓପିଲିପି ଓଡ଼ିଶା ଅନୁନ୍ନତ ଜନଜାତି ସ ଶକ୍ତି କରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ଯମ ରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲ ଥିଲା । କିନ୍ତୁ ଗତ ୪ ବର୍ଷ ତଳେ ସାମିଲ ହୋଇଥିବା ୧୧୬ ଗ୍ରାମରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନଥିଲା ଶେଷରେ ଓପିଲିପି ମଧ୍ୟ ବନ୍ଦ ହୋଇଗଲା। ଏଣୁ ଲାଞ୍ଜିଆମାନଙ୍କ କଳା, ସଂସ୍କୃତି, ଐତିହ୍ୟ, ଚାଷ ପ୍ରଣାଳୀ ଓ ଜୀବନ ଜିବିକାର ସୁରକ୍ଷା ଓ ବିକାଶ ଦିଗରେ ସରକାର ବିଶେଷ ଗୁରୁତ୍ବ ଦେଇ ନେବା ଜରୁରୀ ହୋଇପଡିଛି। Post navigation Plus Two Practical Exam: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ Deoranjan Singh Takes Charge: ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ଦେଓରଞ୍ଜନ ସିଂ