ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ଆଖି ବୁଜିଲେ ସଞ୍ଚିତା ମହାନ୍ତି । ଅନେକ ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୨୦୦୪ ରୁ ୨୦୦୯ ଯାଏଁ କୋରେଇର ବିଧାୟିକା ଥିଲେ । ଅନ୍ୟପଟେ କୋରେଲର ପୂର୍ବତନ ବିଧାୟିକା ଓ ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ସୋସିଆଲ ମିଡ଼ିଆରେ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶୋକସନ୍ତପ୍ତ ପରିବାକୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ । ଏହା ସହ ପୂର୍ବତନ ବିଧାୟିକା ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସ୍ବର୍ଗତ ସଂଚିତା ମହାନ୍ତିଙ୍କୁ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାକୁ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ନିର୍ବାଚିତ ହୋଇଥିଲେ । ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ଏବଂ ଓଡ଼ିଶୀ ନୃତ୍ୟରେ ସ୍ନାତକତ୍ତୋର କରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ି ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଏହାପରେ ସଞ୍ଚିତା ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ପୁଣିଥରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୬,୧୦୧ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ । Post navigation Khordha Mahotsav 2025: ଖୋର୍ଦ୍ଧା ମହୋତ୍ସବ ୨୦୨୫ରେ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ Vigilance Raids In Malkangiri: ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ; ୪ଟି ସ୍ଥାନରେ ଚଢ଼ାଉ