ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ‘ଅଲ୍ ଚିକି’ ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ସହଜ ହେବ।

ଏହି ଅବସରରେ ଉଦ‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ ଯେ ‘ଅଲ୍ ଚିକି’ ଲିପିରେ ଲିଖିତ ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ ହୋଇଛି। ଏହା ଏହା ଯେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢିବା ଏବଂ ବୁଝିବା ପାଇଁ ସକ୍ଷମ କରିବ।

ରାଷ୍ଟ୍ରପତି କହିଛନ୍ତି ଯେ, ଚଳିତ ବର୍ଷ ଆମେ ଅଲ୍ ଚିକି ଲିପିର ଶତବାର୍ଷିକୀ ପାଳନ କରୁଛୁ। ଏହି ଶତବାର୍ଷିକୀ ବର୍ଷରେ ଭାରତର ସମ୍ବିଧାନକୁ ଅଲ୍ ଚିକି ଲିପିରେ ପ୍ରକାଶ କରିଥିବାରୁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି।

ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସାନ୍ତାଳୀ ଭାଷା, ଯାହା ୨୦୦୩ର ୯୬ତମ ସଂଶୋଧନ ଆଇନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନୁର୍ଭୁକ୍ତ କରାଯାଇଥୁଲା, ତାହା ଭାରତର ଅନ୍ୟତମ ପ୍ରାଚୀନ ଜୀବନ ଭାଷା । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର ବହୁ ସଂଖ୍ୟକ ଆଦିବାସୀ ଜନସଂଖ୍ୟା ଏହି ଭାଷାରେ କଥା ହୁଅନ୍ତି ।

Leave a Reply

Your email address will not be published. Required fields are marked *