ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣାରେ ପଞ୍ଚମ ଅଭିଯୁକ୍ତ ଭରତକୁ ଦିଲ୍ଲୀରୁ ଗିରଫ କଲା ପୋଲିସ । ଅଧିକ ତନାଘନା ଲାଗି ଗୋଆ ଆଣୁଛି ପୋଲିସ । ଗୋଆର ‘ବିର୍ଚ ବାଇ ରୋମିଓ ଲେନ୍’ ନାଇଟ୍ କ୍ଲବ୍‌ରେ ଶନିବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପଚିଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ କ୍ଲବ୍‌ଟି ଧୂଆଁ ଏବଂ ନିଆଁରେ ଲୁଚି ଯାଇଥିଲା। ମୃତକଙ୍କ ମଧ୍ୟରେ ୨୦ ଜଣ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଥିଲେ। ରାଜଧାନୀ ପାଣାଜୀରୁ ପ୍ରାୟ ୨୫ କିଲୋମିଟର ଦୂରରେ ଉତ୍ତର ଗୋଆର ଆରପୋରା ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ପୋଲିସ ଗିରଫ କରିଛି।

ଅନ୍ୟପଟେ ଘଟଣାରେ ନାଇଟ କ୍ଲବ ମାଲିକ ଗୌରବ ଲୁଥ୍ରାଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ଅଗ୍ନିକାଣ୍ଡକୁ ନେଇ ଗଭୀର ମର୍ମାହତ ବୋଲି କହିଲେ ଗୌରବ । ଘଟଣାରେ ୪ ପର୍ଯ୍ୟଟକଙ୍କ ସମେତ ୨୫ ଜଣଙ୍କ ହୋଇଛି ମୃତ୍ୟୁ । ଆହତ ହୋଇଛନ୍ତି ୫୦ ଜଣ ।

ସୂଚନା ଯୋଗ୍ୟ; ରାତି ୧୨ଟା ବେଳେ ଗୋଆର ‘ବିର୍ଚ ବାଇ ରୋମିଓ ଲେନ୍’ ନାଇଟ୍ କ୍ଲବ୍‌ରେ ନିଆଁ ଲାଗିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ପରେ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ଅନେକ ଲୋକ ନିଆଁ ଯୋଗୁଁ ନୁହେଁ ବରଂ ଧୂଆଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଅନେକ ପୀଡିତ ଭୂମି ମହଲା ଏବଂ ରୋଷେଇ ଘରେ ଫସି ରହିଥିଲେ ଏବଂ ଖସି ପଳାଇ ପାରିନଥିଲେ। ନାଇଟ୍ କ୍ଲବ୍ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ଥିଲା, ଯାହା ଫଳରେ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଘଟଣାସ୍ଥଳକୁ ପହଞ୍ଚିପାରିଲା ନାହିଁ। ପାଣି ଟ୍ୟାଙ୍କରଗୁଡ଼ିକୁ ପ୍ରାୟ ୪୦୦ ମିଟର ଦୂରରେ ଅଟକାଇବାକୁ ପଡିଲା, ଯାହା ଫଳରେ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା।

ସରକାର କହିଛନ୍ତି ଯେ ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ପାଞ୍ଚ ଜଣ, ନେପାଳର ଚାରି ଜଣ, ଝାଡ଼ଖଣ୍ଡ ଏବଂ ଆସାମରୁ ତିନି ଜଣ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ଦୁଇ ଜଣ, ପଶ୍ଚିମବଙ୍ଗର ଜଣେ, ପାଞ୍ଚ ଜଣ ପର୍ଯ୍ୟଟକ, ଦିଲ୍ଲୀର ଚାରି ଜଣ  ଏବଂ କର୍ଣ୍ଣାଟକର ଜଣେ ଅଛନ୍ତି।

Leave a Reply

Your email address will not be published. Required fields are marked *