ରାଜଗାଙ୍ଗପୁର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଚିକିତ୍ସା ଜାରି । ଜୀବନ ସହ ସଂଗ୍ରାମ କରୁଛି ରାଜଗାଙ୍ଗପୁର ପୀଡ଼ିତା। ଗତକାଲିରାଜଗାଙ୍ଗପୁର ଲାଞ୍ଜିବେରନା ଅଞ୍ଚଳରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ସେଷ୍ଟରରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ଶରୀର ପ୍ରାୟ ୮୦ରୁ ୯୦ ପ୍ରତିଶତ ଭାଗ ପୋଡ଼ିଯାଇଛି ବୋଲି ଜଣାପଡିଛି। ସୂଚନା ଯୋଗ୍ୟ; ଗତକାଲି ପୀଡ଼ିତା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଛାତ୍ରୀ ଜଣଙ୍କ ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପାଠ ପଢୁଥିଲେ ଏବଂ ତାଙ୍କ ବୟସ ମାତ୍ର ୧୭ ବର୍ଷ ହେବ। ହେଲେ ଏମିତି କ’ଣ ଘଟଣା ଘଟିଲା ଯେ ଏପରି ସ୍ଥିତି ଉପୁଜିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଏହି ମାମଲାରେ ଜଣେ ୨୫ ବର୍ଷିୟ ଯୁବକକୁ ଗିରଫ କରିଛି ରାଜଗାଙ୍ଗପୁର ଥାନା ପୋଲିସ । ଅଭିଯୁକ୍ତ ଯୁବକ ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଫୋନ୍ କରି ହାରାସ କରୁଥିଲେ । ପୀଡ଼ିତା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଯୁବକ ଫୋନ୍ କରିଥିଲେ । ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଏସପି । ଅନ୍ୟପଟେ ଗିରଫ ଯୁବକକୁ ପଚରା ଉଚରା ଜାରି ରଖିଛି ପୋଲିସ । କେଉଁ କାରଣରୁ ଏହି ଘଟଣା ଘଟିଲା ତାର ଅନୁଧ୍ୟାନ କରାଯାଉଥିବା ନେଇ କହିଛନ୍ତି ଡିଆଇଜି। ପୋଲିସ ଏବେ ତଦନ୍ତ କରୁଅଛି, ବହୁତ୍ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ । Post navigation Goa NightClub Fire:ଗୋଆ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣରେ ୨୫ ମୃତ; କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ Odisha Cold Wave: ରାଜ୍ୟରେ ବଢ଼ୁଛି ଶୀତ; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର