ଗୋଆର ଏକ ନାଇଟ୍ କ୍ଲବ୍ରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ଜଣାପଡିଛି। ଏହି ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗୋଆ ପୋଲିସ ଅନୁଯାୟୀ, ଦୁର୍ଘଟଣାରେ ମୋଟ ୨୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରୁ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହା ବ୍ୟତୀତ ୧୪ ଜଣ କର୍ମଚାରୀ ଥିଲେ ଏବଂ ଅନ୍ୟ ୭ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ସେହିପରି ୬ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଖବର ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣା ଉପରେ ଶୋକ ପ୍ରକାଶ କରି ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଉତ୍ତର ଗୋଆର ଅଗ୍ନିକାଣ୍ଡରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖଦ ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୁଁ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏହି ଦୁଃଖଦ ମୁହୂର୍ତ୍ତରେ ଈଶ୍ୱର ସେମାନଙ୍କୁ ଶକ୍ତି ଦିଅନ୍ତୁ। ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଗୋଆର ଆରପୋରାରେ ଅଗ୍ନିକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଘଟଣା ବିଷୟରେ ଜାଣିବା ପାଇଁ ମୁଁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ଫୋନରେ କଥା ହୋଇଛି। ରାଜ୍ୟ ସରକାର ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଅନ୍ୟପଟେ ଗୋଆ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୨ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ; ଗତକାଲି ରାତିରେ ନର୍ଥ ଗୋଆର ଅରପୁରାରେ ଏକ ନାଇଟ କ୍ଲବରେ ପାର୍ଟି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । କିଚେନ ପାଖରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ହୁହୁ ହୋଇ ଜଳିଥିଲା ପୂରା ବିଲ୍ଡିଂ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଖବର ପାଇ ମୁଖ୍ୟମନ୍ତ୍ରୀ ନିଜେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ରାତି ପ୍ରାୟ ୧ଟା ବେଳେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା । ଗ୍ୟାସ ଟାଙ୍କି ଫାଟିଲା ନାଁ ଅନ୍ୟ କାରଣରୁ ନିଆଁ ଲାଗିଲା, ତାର ଅନୁଧ୍ୟାନ ଚାଲିଛି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ କରୁଛନ୍ତି। Post navigation ECoR Adds Extra Coaches: ଇଣ୍ଡିଗୋ ବିମାନ ବାତିଲ ପରେ ଯାତ୍ରୀଙ୍କ ପାଇଁ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ିଲା ରେଳବାଇ Student Commits Suicide: ରାଜଗାଙ୍ଗପୁରରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା: ସ୍ୱାସ୍ଥ୍ୟାବସ୍ଥା ଗୁରୁତର