ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି। ୯ ତାରିଖରେ ବାରବାଟୀରେ ଖେଳାଯିବ ଟି ଟ୍ୱେଣ୍ଟି । ଭାରତୀୟ ଦଳର ସ୍କ୍ୱାର୍ଡରେ ଜାରି ତାଲିକାରେ ଅଛନ୍ତି, ,ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର୍ ପଟେଲ୍, ଜିତେଶ ଶର୍ମା (ୱିକେଟ୍ କିପର୍), ସଞ୍ଜୁ ସାମସନ୍ (ୱିକେଟ୍ କିପର୍), ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ । ଏସିଆ କପ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ଆଘାତ ଯୋଗୁଁ ସେ ଟିମରୁ ବାହାରେ ଥିଲେ । ସେ ପାକିସ୍ତାନ ବିପକ୍ଷ ଫାଇନାଲ ମୁକାବିଲା ମଧ୍ୟ ଖେଳି ପାରି ନ ଥିଲେ । ସେ ବୁଧବାର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି । Post navigation Mukhyamantri Bayu Swasthya Seva: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଟିମ୍ Ramadevi Choudhury: ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନିନ୍ଦନୀୟ: ବିଜେଡି