ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା । ଏ ନେଇ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଏନେଇ ଲିଖିତ ଉତ୍ତର ଦେଇଛନ୍ତି। ଆଜି ଗୃହରେ ନୟାଗଡ଼ ଅରୁଣ କୁମାର ସାହୁ ପ୍ରଶ୍ନ କରିଥିଲେ ଯେ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଅନୁଗ୍ରହ କରି କହିବେ କି-ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର କିଏ, ଏଥିପାଇଁ ରାଜ୍ୟ ରାଜକୋଷରୁ କେତେ ଅର୍ଥ ଦିଆଯାଉଛି, ଏବଂ ତାଙ୍କୁ କଣ କଣ ସୁବିଧା ଦିଆଯାଏ ଜଣାଇବେ କି ? ଏହାର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ୨୦୨୫ ରେ ନିଯୁକ୍ତି କରାଯାଇଅଛି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ନେନେଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଛି । ତାଙ୍କ ପାଇଁ ଯିବା ଆସିବା ଫ୍ଲାଇଟ ଟିକେଟ, ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ, ବିଶ୍ବ ସ୍ତରରେ ଖ୍ୟାତି ସମ୍ପର୍କ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଅଛି, ଯାହା ଦ୍ବାରା ଓଡିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ। Post navigation Cold Storage: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ River Pollution: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ