ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ। ବୋମା ଧମକ ମିଳିବା ପରେ ବିମାନର ଜରୁରୀ ଅବତରଣ । ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରି ବିମାନକୁ ତନତନ ଯାଞ୍ଚ କରୁଛି ବମ୍ ସ୍କ୍ବାଡ । ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ଉଡ଼ାଣ ମଝିରେ ଏକ ବୋମା ଧମକ ମିଳିଥିଲା। ବିମାନକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ବିମାନ ଏକ Airbus A321-251NX, ୧ଟା ୫୬ରେ କୁୱେତରୁ ଉଡ଼ାଣ ଭରାଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। ଇମେଲ୍ ମାଧ୍ୟମରେ ବୋମା ଧମକ ପଠାଯାଇଥିଲା। ଇମେଲ୍ ଦିଲ୍ଲୀ ବିମାନବନ୍ଦରରୁ ଆସିଥିଲା। ଇମେଲ୍ ପାଇବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଥିଲା ଏବଂ ଇଣ୍ଡିଗୋ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ପୂର୍ବରୁ ନଭେମ୍ବର ୨୩ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ବିରୁଦ୍ଧରେ ମଧ୍ୟ ବୋମା ଧମକ ମିଳିଥିଲା। ବିମାନଟି ବାହାରିନରୁ ହାଇଦ୍ରାବାଦ ଆସୁଥିଲା। ଧମକ ପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଜରୁରୀକାଳୀନ ଅବତରଣ କରାଯାଇଥିଲା। Post navigation Sanchar Saathi App: ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍ ‘ସଂଚାର ସାଥୀ’ Duplicate Medicine: ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ