ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ‘ସଂଚାର ସାଥୀ’ ପ୍ରି ଇନଷ୍ଟଲ୍ କରାଯିବ ବାଧ୍ୟତାମୂଳକ । ଭାରତରେ ମୋବାଇଲ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ସଂସ୍ଥାପିତ ହେବ। ଏହାକୁ ସମସ୍ତ ମୋବାଇଲ୍ ନିର୍ମାତା ଏବଂ ଆମଦାନିକାରୀଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

‘ସଂଚାର ସାଥୀ’ ଆପ୍ ମୋବାଇଲ୍ ବ୍ୟବହାରକାରୀଙ୍କୁ ସୁରକ୍ଷା ପ୍ରଦାନ କରେ। ଯଦି କୌଣସି ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ କିଛି ମିନିଟ୍ ମଧ୍ୟରେ ରିପୋର୍ଟ କରିବା ଏବଂ ବ୍ଲକ୍ କରିବା ସମ୍ଭବ। ଏହା ନକଲି ଲିଙ୍କ୍, ସ୍ପାମ୍ କଲ୍, ସନ୍ଦିଗ୍ଧ ମେସେଜ୍ ଏବଂ ମୋବାଇଲ୍ ଫୋନ୍‌ରେ ଚାଲୁଥିବା ସଂଯୋଗ ଉପରେ ନଜର ରଖିବାରେ ମଧ୍ୟ ସାହାଯ୍ୟ କରେ। ଆପ୍‌ର ବିଶେଷତ୍ୱ ହେଉଛି ଯେ ବ୍ୟବହାରକାରୀମାନଙ୍କୁ ଆଉ IMEI ନମ୍ବର ମନେ ରଖିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

‘ସଂଚାର ସାଥୀ’ ଆପରେ କିଭଳି କରିବେ ଅଭିଯୋଗ ?

Sancharsathi.gov.in ପୋର୍ଟାଲକୁ ଯାଇ ସେଥିରେ ଥିବା ’Block Stolen / Lost Mobile’ ବିକଳ୍ପରେ କ୍ଲିକ୍ କରନ୍ତୁ । ଓ୍ୱେବସାଇଟରେ ମୋବାଇଲ ଓ ନିଜର ସମ୍ପର୍କରେ ମଗାଯାଇଥିବା ବିବରଣୀ ଦିଅନ୍ତୁ । ବିବରଣୀରେ ମୋବାଇଲ ନମ୍ବର, IMEI ନମ୍ବର, ବ୍ରାଣ୍ଡ ନାମ, ଡିଭାଇସ ମଡେଲ, ମୋବାଇଲ କିଣିଥିବା ଇନଭଏସ ଆଦି ତଥ୍ୟ ଦେବାକୁ ପଡ଼ିବ । ମୋବାଇଲ ଚୋରି ହୋଇଥିବା ସ୍ଥାନ, ଚୋରି କିମ୍ବା ହଜିଥିବା ତାରିଖ, ପୋଲିସ ଅଭିଯୋଗ ସଂଖ୍ୟା ଓ ପୋଲିସ ଅଭିଯୋଗର ନକଲ ଦାଖଲ କରିବାକୁ ପଡ଼ିବ । ଏହା ସହିତ ମୋବାଇଲ ମାଲିକଙ୍କ ନାମ, ଠିକଣା, ପରିଚୟ ପ୍ରମାଣପତ୍ର, ଇ-ମେଲ୍ ID, ମୋବାଇଲ ନମ୍ବର ଆଦି ଦେବାକୁ ପଡ଼ିବ । ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଦେଇ ଫର୍ମକୁ ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଅଭିଯୋଗର ଏକ ଆଇଡି ଜାରି ହେବ । ସେହି ଆଇଡି ଜରିଆରେ ଜାଣିପାରିବେ ଅଭିଯୋଗର ସ୍ଥିତି । ତେବେ ସଂଚାର ସାଥୀ ଆପ୍ ସାଇବର ଅପରାଧ ରୋକିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *