ପାରଳାଖେମୁଣ୍ଡିରେ ଆଜି ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଜପତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପାରଳାଖେମୁଣ୍ଡିରେ ଜନ ଅଭିଯୋଗ ଶୁଣାଣି ବେଳେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ୍ ।ଗୁରାଣ୍ଡି IICଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିଲେ ମହିଳା । ଏହା ପରେ SDPOଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଅତିରିକ୍ତ ଏସ୍ପି । ସୂଚନା ଯୋଗ୍ୟ; ମହିଳା ଜଣଙ୍କ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ମହାଦେଇ ପୁର ଗ୍ରାମର ମନାସି ଜେନା। ଗୁରାଣ୍ଡି ଥାନା ଅଧିକାରୀ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରୁଥିଲେ। ଏପରିକି ଥାନା ବାବୁ ତାଙ୍କୁ ଗାଡ଼ିରେ ବୁଲେଇ ନେବି ଲର୍ଜ୍ କୁ ଡାକୁଥିବା କହି ସଙ୍ଗୀନ ଅଭିଯୋଗ କରୁଥିଲେ। ଏଥିପାଇଁ ସେ ପୃର୍ବରୁ ଗଜପତି ଏସପି ଓ ପାରଳାଖେମୁଣ୍ଡି ଥାନା ର ଦ୍ବାରସ୍ଥ ହୋଇଥିଲେ ମାତ୍ର ନ୍ୟାୟ ମିଳିନଥିଲା। ତେଣୁ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ ଶିବିର ଚିଲିଥିବା ସମୟରେ ଏଡିସନାଲ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ପରେ ସେଠାରେ ଥିବା ଝରକାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହା ପରେ ଘଟଣାସ୍ଥଳରେ ଏଡିସନାଲ୍ ଏସପି ପହଞ୍ଚି ମହିଳା ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କଟକ ଜିଲା ବାଙ୍କୀରେ ସୋମବାର ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କଟକ ଜିଲାପାଳଙ୍କ ଉପସ୍ଥିତିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣକ ଦେହରେ ପେଟ୍ରୋଲ ଢାଳିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁ ନ ଥିବାରୁ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଉଥିବା ଜିଲାପାଳଙ୍କ ଆଗରେ ଅଭିଯୋଗ କରିଛନ୍ତି। ଜିଲାପାଳ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରିବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। Post navigation KIIT University: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର Odisha Assembly: ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ