କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ହେଲେ କେମିତି ତାଙ୍କ ମୃତ୍ୟୁ ହେଲା, ସେ ନେଇ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଇନଫୋସିଟି ଥାନା ପୋଲିସ ଶବକୁ ଜବତ କରି ଶବଗୃହରେ ରଖିଛି ।

ସୂଚନା ଯୋଗ୍ୟ; ଛତିଶଗଡ଼ ରାହୁଲ କିଟରେ ପଢ଼ୁଥିଲେ । ଗତକାଲି ବିଳମ୍ବିତ ରାତିରେ ଅନ୍ୟ ରୁମର ପିଲାମାନେ ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ହଷ୍ଟେଲ୍ କର୍ତ୍ତୃପକ୍ଷ ଇନଫୋସିଟି ଥାନା ପୋଲିସକୁ ସୂଚନା ଦେଇଥିଲେ । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମୃତ ଦେହ ମିଳିଛି । ଏ ନେଇ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ସେମାନେ ଏବେ ଓଡ଼ିଶା ଆସୁଛନ୍ତି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଉକ୍ତ ରୁମକୁ ସିଲ୍ କରିଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *