ରାଜ୍ୟରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ। ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠାଯାଇଥିବା ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ସାରା ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାର ସ୍ଥିତାବସ୍ଥା କଣ, ଏଥି ପାଇଁ ଏସଓପି ଜାରି ହୋଇଛି କି ?  କେଉଁ ଜିଲ୍ଲାରେ କେତେ ଅନୁପ୍ରବେଶକାରୀ ରହିଛନ୍ତି ସେ ନେଇ ସ୍ୱରାଷ୍ଟ୍ର ବିଭାଗକୁ ତଥ୍ୟ ମାଗିଥିଲେ ।

ଏହା ପରେ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠା ଯାଇ ସାରିଲାଣି । ଖୋର୍ଦ୍ଧାରୁ ସର୍ବାଧିକ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩ ଏବଂ କୋରାପୁଟରୁ ଜଣେ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୨ ଜଣ ବାଂଲାଦେଶୀ ଜାଲ୍‌ ପାସ୍‌ପୋର୍ଟ କରି ଧରାପଡ଼ିଛନ୍ତି । ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି ।

Leave a Reply

Your email address will not be published. Required fields are marked *