ଆଜି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ଭାବେ ପାଳନ କରାଯାଉଛି । ଆଜି ଏହି ବିଶ୍ୱ ଏଡ୍‌ସ ଦିବସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ସଚେତନତା ରାଲି କରାଯାଇଛି । ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେ କହିଛନ୍ତି ଓଡ଼ିଶାରେ ଏଚ୍‌ଆଇଭି-ଏଡ୍‌ସ ସ୍ଥିତି ସମ୍ବେଦନଶୀଳ ରହିଛି । ଏଚ୍‌ଆଇଭିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଏଚଆଇଭି ପଜିଟିଭ ଚିହ୍ନଟ । ୨୦୨୨-୨୩ ତୁଳନାରେ ଚଳିତବର୍ଷ ପଜିଟିଭ ହାର ହ୍ରାସ ପାଇଛି ।

ଚଳିତବର୍ଷ ୨୦ ଲକ୍ଷ ଟେଷ୍ଟ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ଟେଷ୍ଟ ସରିଛି । ମୁଖ୍ୟତଃ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । କଟକ, ଗଂଜାମ ଓ ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏଚଆଇଭି ସଂକ୍ରମଣରେ କ୍ୟାଟେଗୋରୀ-୧ରେ ରହିଛି କଟକ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୩୩୮, କଟକରେ ୨୬୧, ନବରଙ୍ଗପୁରରେ ୭୦ ଚିହ୍ନଟ । ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫, ସୁନ୍ଦରଗଡ଼ରେ ୧୨୧ ଚିହ୍ନଟ ହୋଇଛି।

Leave a Reply

Your email address will not be published. Required fields are marked *