PM Modi Unveils Tallest Bronze Statue Of Lord Ram In Goa
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଆ ଗୋକର୍ଣ୍ଣ ଜୀବୋତ୍ତମ ମଠର ୫୫୦ ବର୍ଷ ପୂର୍ତ୍ତି ଅବସରରେ ଭଗବାନ ଶ୍ରୀରାମଙ୍କ ଏକ ୭୭ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି । ଗୋଆରେ ସ୍ଥାପିତ ଭଗବାନ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମା ବିଶ୍ୱ ମାନଚିତ୍ରରେ ଦେଖିବାକୁ ମିଳିବ।
 
ରାମଙ୍କ ପ୍ରତିମାର ଦୃଶ୍ୟ ଅଯୋଧ୍ୟାର ରାମ ମନ୍ଦିରରେ ସ୍ଥାପିତ ରାମ ଲଲ୍ଲାଙ୍କ ପ୍ରତିମା ସହିତ ପ୍ରାୟତଃ ସମାନ । ଏହାକୁ ନୋଏଡାର ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାର ନିର୍ମାଣ କରିଛନ୍ତି । ରାମ ସୂତାର ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟ ଡିଜାଇନ୍ କରିଥିଲେ ।
 
କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଗୋଆର ପାର୍ତାଗଲ୍ଲୀରେ ଥିବା ମଠରେ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ମଠ ଭାରତର ସବୁଠାରୁ ପୁରୁଣା ମଠ ମଧ୍ୟରୁ ଗୋଟିଏ ।
PM Modi Unveils Tallest Bronze Statue Of Lord Ram In Goa

By Nirvay

Leave a Reply

Your email address will not be published. Required fields are marked *