ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଛି। ନୟାପଲ୍ଲୀର ଜଣଙ୍କ ଘରେ ଚାଲିଛି ରେଡ୍‌ ।  ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣାରେ ଛାନଭିନ୍‌ କରିଛି ଇଡି। କଟକ ନିଶ୍ଚିନ୍ତକୋଇଲି ସହ ଭୁବନେଶ୍ୱରରେ ମଧ୍ୟ ବଡ ଧରଣର ଇଡି ଚାଲିଛି। ଭୁବନେଶ୍ୱରର ୨ଟି ସ୍ଥାନରେ ବର୍ତମାନ ଚଢ଼ାଉ କରୁଛି ଇଡି।

ଏହା ସହ ନିଶ୍ଚିନ୍ତକୋଇଲିରେ ୨ ଜଣଙ୍କ ଘରେ ଇଡିର ତଦନ୍ତ କରି କାଗଜପତ୍ର ଯାଞ୍ଚ କରୁଛି। ନିଶ୍ଚିନ୍ତକୋଇଲି ଅଞ୍ଚଳର ନତକାଇ ଓ ରାମକୃଷ୍ଣପୁର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଆଦର୍ଶ ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶଳୟ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପୂର୍ବରୁ ଠକେଇର ମୁଖ୍ୟ ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ସୂଚନା ଯୋଗ୍ୟ; ଆଦର୍ଶ ଚିଟଫଣ୍ଡ ଠକେଇ ମାମଲାକୁ ନେଇ ଆଜି ନିକୁଞ୍ଜ ସାମନ୍ତରାୟଙ୍କ ନୟାପଲ୍ଲୀ ସ୍ଥିତ ଘରେ ଚଢାଉ ହୋଇଛି। ପୂର୍ବରୁ ସିବିଆଇ ମଧ୍ୟ ଘଟଣାର ତଦନ୍ତ କରିଥିଲା। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ବିଜୟ ରାଉତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ତାଙ୍କୁ ୪ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ। ଲୋକମାନଙ୍କୁ ଠକି ଯେଉଁ କୋଟି କୋଟି ଟଙ୍କା ଆୟ କରିଛନ୍ତି, ଏବେ ସେସବୁ ଖୋଳିକି ବାହାର କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ଆଦର୍ଶ ଗ୍ରୁପ୍ ଦ୍ୱାରା କରାଯାଇଥିବା ଆର୍ଥିକ ଅନିୟମିତତା ଏବଂ ଠକେଇର ତଦନ୍ତର ଏକ ଅଂଶ ଭାବରେ ଆସିଛି। ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ କରାଯାଇଥିଲା, କରି ନିବେଶକଙ୍କଠାରୁ ସଂଗୃହୀତ ପାଣ୍ଠିର ବଡ଼ ଧରଣର ଅପବ୍ୟବହାରର ପର୍ଦ୍ଦାଫାସ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଚଢାଉ ମନି ଲଣ୍ଡରିଂ ସହିତ ଜଡିତ ପ୍ରମାଣ ସଂଗ୍ରହ ଏବଂ ଚିଟ୍ ଫଣ୍ଡ କାର୍ଯ୍ୟର ଆର୍ଥିକ ଟ୍ରାଏଲ୍ ଖୋଜିବା ପାଇଁ ଏହି ଚଢ଼ାଉ କରାଯାଇଛି। ଚଢାଉ ଚାଲିଥିବାରୁ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *