ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ସାଂସଦ ବିଧାୟକଙ୍କ ସୁପାରିଶ କ୍ଷମତାକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କଲେ ହାଇକୋର୍ଟ। ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ କ୍ଷମତା ଦେଇଥିଲେ ସରକାର।

ଖବର ଅନୁଯାୟୀ, ୧୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଯାହାକୁ ନେଇ ହାଇକୋର୍ଟରେ ହୋଇଥିଲା ମାମଲା । ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଉ ଏବେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି। ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ।

Leave a Reply

Your email address will not be published. Required fields are marked *